Home ଓଡ଼ିଶା ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ୍ ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ । ଅନୁଷ୍ଠିତ ଏହି ସଚେତନା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗ ଦେଇ ବ୍ୟାଙ୍କର ଉତ୍ପାଦ ଓ ବିଭିନ୍ନ ସେବା ଉପରେ କହିବା ସହ ବ୍ୟାଙ୍କ୍ ରେ ଟଙ୍କା କେତେ ସୁରକ୍ଷିତ ଓ ବ୍ୟାଙ୍କର ବିମା , ଯୋଜନା , ବିଭିନ୍ନ ବିନିମୟ ବିଷୟ ଉପରେ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ସାଇବର ଅପରାଧ ଓ ଓଟିପି: ର ବ୍ୟବହାର ବିଷୟ ରେ ଅବଗତ କରାଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ତନୁଜା ଶତପଥି ଯୋଗଦେଇ ଟଙ୍କା କୁ କିପରି ଭବିଷ୍ୟତ ପାଇଁ ସଞ୍ଚୟ କରିବେ , ଏବଂ ସଞ୍ଚୟ କରିବା ପ୍ରଣାଳି ଉପରେ କହି ଧନ , ଜୀବନ, ଯୌବନ ଚିର ସ୍ଥାୟୀ ନୁହ, ସେଥିପାଇଁ ଆର୍ଥିକ ସଂଚୟ ମନୁଷ୍ୟ ର ଜୀବନ ରେ ଏକ ମେରୁଦଣ୍ଡ ସଦୃଶ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ସାଇବର ଅପରାଧ ଓ ଓଟିପି: ର ବ୍ୟବହାର ବିଷୟ ରେ ଅବଗତ କରାଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ତନୁଜା ଶତପଥି ଯୋଗଦେଇ ଟଙ୍କା କୁ କିପରି ଭବିଷ୍ୟତ ପାଇଁ ସଞ୍ଚୟ କରିବେ , ଏବଂ ସଞ୍ଚୟ କରିବା ପ୍ରଣାଳି ଉପରେ କହି ଧନ , ଜୀବନ, ଯୌବନ ଚିର ସ୍ଥାୟୀ ନୁହ, ସେଥିପାଇଁ ଆର୍ଥିକ ସଂଚୟ ମନୁଷ୍ୟ ର ଜୀବନ ରେ ଏକ ମେରୁଦଣ୍ଡ ସଦୃଶ୍ୟ ବୋଲି କହିଥିଲେ । ସେହିଭଳି ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ୟାଙ୍କ ର ଉପଲବ୍ଧ ହେଉଥିବା ୧୨ ଗୋଟି ଉତ୍ପାଦ ଓ ସେବା ଗୁଡିକର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରା ଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବ୍ୟାଙ୍କ୍ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରା ଯାଇଥିଲା । ଫୀନୋ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଏହି ଆର୍ଥିକ ସାକ୍ଷରତା ଶିବିର କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପିକା ଶ୍ରୀମତୀ ସ୍ମିତା ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଗଜପତି ଜଲ୍ଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଆଇଆଇଟି ଭୁବନେଶ୍ୱରରେ ଓଡିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହ୍ୟାକାଥନ୍ ଉଦ୍ଘାଟିତ by Proprietor Abhimanyu Maharana October 1, 2026 Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026