Home ଓଡ଼ିଶା ସଂସ୍କୃତ ଉତ୍ସବରେ ମନ କିଣିଲା ପିଲାଙ୍କ ନାଚ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦ଼ଗିରି :-> ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱକ୍ରମେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ଉକ୍ତ ଅବସରରେ କେରେଡ଼lଙ୍ଗ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ମହାପାତ୍ର (ମୁଖ୍ୟ ଅତିଥି) ଏବଂ ଯୋଡlମ୍ବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l ସଂସ୍କୃତ ହେଉଛି ଆଦିଭାଷା, ଦେବ ଭାଷା, ଏବଂ ସବୁ ଭାଷା ମାନଙ୍କର ଜନନୀ l ଏହାର ସୁରକ୍ଷା ଏବଂ ଉନ୍ନତି ଆମର ଦାୟିତ୍ୱ ବୋଲି ଅତିଥି ମାନେ ଭାଷଣ ମାଧ୍ଯମରେ ବ୍ୟକ୍ତ କରିଥିଲେ l ଏଣୁ ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ସଂଗୀତ, ଭାଷଣ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାମାନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କlର ପ୍ରଦାନ କରାଯାଇଥିଲା l ପରିଶେଷରେ ପିଲାମାନଙ୍କ ଦ୍ୱାରା ସଂlସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ସଂସ୍କୃତ ସଂଗୀତର ତାଳେ ତାଳେ ପିଲାମାନେ ନାଚି ସମସ୍ତଙ୍କୁ ଚକିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଆୟୋଜନ କରିବା ସହିତ ମଞ୍ଚ ପରିଚାଳନା ମଧ୍ୟ କରିଥିଲେ l ବିଦ୍ୟାଳୟର ଶିକ୍ଷକମାନେ ଯଥା କିଶୋର ଚନ୍ଦ୍ର ଦଣ୍ଡସେନା, ତାରିଣୀ ଚରଣ ମଣ୍ଡଳ,ନୀଳକଣ୍ଠ ନାୟକ, ସଞ୍ଜୟ କୁ. ଗୌଡ଼, ଦିଗାମ୍ବର ଦାସ,କେଦାରନାଥ କର, ସୁଶାନ୍ତ ସାହୁ, ବିରଜା ମାଳିନୀ, ପ୍ରଜ୍ଞାଦୀପ୍ତା ପାଇକ, ରବିନା ଦାସ, ଉଷାରାଣି, ବିରଞ୍ଚି ନାରାୟଣ, ସଂଗୀତା ସାହୁ, ମମତା ବେହେର୍ଦଳାଇ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ l ପରିଶେଷରେ ଶିକ୍ଷକ ଯୁଧିଷ୍ଠିର ପାଇକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଶାନ୍ତି ମନ୍ତ୍ର ପାଠ କରି ଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026