0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା ଦାଶ ଚକ୍ଷୁ ଚିକିତ୍ସାଳୟ । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦଘାଟନ କରିଛନ୍ତି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ ଉପଖଣ୍ଡର ବହୁ ଚକ୍ଷୁ ରୋଗୀ ଜିଲ୍ଲା ବାହାରକୁ ଯାଇ ଚିକିତ୍ସିତ ହେବା ସହ ମାତ୍ରାଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।

