0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନା ଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡିଛି । ସୁନା ଆପ୍ରାଇଜର ଜଣକ ନିଜ ନାଁରେ ରଣ ନ ନେଇ ଅନ୍ୟ ୨ଜଣ ନାଁରେ ଏହି ଋଣ ନେଇଥିବାବେଳେ ସେମାନେ ଋଣ ସୁଝିନପାରିବା ପରେ ଘଟଣା ପଦାକୁ ଆସିଛି । ବନ୍ଧକ ପଡିଥିବା ସୁନା ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା । ସୂଚନା ଅନୁଯାଇ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ୩ବର୍ଷ ଧରି ପି. ସତ୍ୟରାମ ଆଚାରୀ ସୁନା ଆପ୍ରାଇଜର ଭାବେ ଦାୟିତ୍ୱ ତୁଲାଉଥିଲେ ।

