0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହାଇଦରାବାଦ :-> ଏକ ଅଗ୍ରଣୀ ଓୟାରଲେସ୍ ଅଡିଓ ସଲ୍ୟୁସନ୍ସ ନବୋନ୍ମେଷକାରୀ ମିଭି (ଏମ୍ଆଇଭିଆଇ) ଆନନ୍ଦର ସହିତ ଏହାର ଅଧୁନାତମ ଟ୍ରୁ ଓୟାଲେସ୍ ଷ୍ଟେରିଓ (ଟିଡବ୍ଲ୍ୟୁଏସ୍) ଇୟରବଡ୍ସ୍ ଓପେରା ଉନ୍ମୋଚନ ସମ୍ପର୍କରେ ଘୋଷଣା କରିଛି, ଯାହା ସୁପରପଡ୍ସ୍ ସିରିଜର ତୃତୀୟ ପିଢି ଏବଂ ଏହା ହାଇ-ଫିଡେଲିଟି ସାଉଣ୍ଡ୍ ନିମନ୍ତେ ଏକ ମାଇଲଖୁଂଟ ସ୍ଥାପନ କରୁଛି। ସୁପରପଡ୍ସ୍ ଓପେରା ମିଭି ଭଳି ବ୍ରାଣ୍ଡ୍ ପାଇଁ ଉଲ୍ଲେଖନୀୟ ଗୁରୁତ୍ୱ ବହନ କରୁଛି ଯାହା ପ୍ରଥମ ଭାରତୀୟ ବ୍ରାଣ୍ଡ୍ ଭାବରେ ଜାପାନ ଅଡିଓ ସୋସାଇଟି ଦ୍ୱାରା ହାଇ-ରେସ୍ ଓୟାରଲେସ୍ ଅଡିଓ ନିମନ୍ତେ ପ୍ରମାଣପତ୍ର ହାସଲ କରିଛି।
