0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବେଳପଡା ବ୍ଳକ ଦର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ମାଲପଡା ଟିକ୍ରାପଡ଼ା ରେ ଆଜି ସକାଳୁ ୬ ଟାରେ ଗୋଟିଏ ମୃତ ଦେହ ପିଜୁଳି ଗଛରେ ଝୁଲୁ ଥିବା ଗ୍ରାମର କିଛିଲୋକ ଦେଖିବାକୁ ପାଇଥିଲେ । ସୂଚନା ଅନୁଯାୟୀ ଆଜି ସକାଳୁ କିଛି ଲୋକ ନିଜ ନିତ୍ୟକର୍ମ ପାଇଁ ଜମି ପଟେ ଯାଇଥିଲେ । ପିଜୁଳି ଗଛରେ ଗାମୁଛାରେ ଗୋଟିଏ ମୃତ ଦେହ ଦେଖି ଭୟରେ ଗାଁ କୁ ଆସି ଲୋକଙ୍କୁ ଜଣାଇଥିଲେ । ମୃତ ଦେହଟି ସ୍ଥାନୀୟ ଗ୍ରାମର ବନମାଳୀ ମାଝୀ (୨୪) ପିତା କନ୍ଧ ମାଝୀ ବୋଲି ଜଣାପଡିଛି ।

