Home ଓଡ଼ିଶା ଜଙ୍ଗଲ ସଂରକ୍ଷଣ ଆଇନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> କେନ୍ଦ୍ରର ଆରଏସଏସ ବିଜେପି ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇ ଥିବା ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ-୨୦୨୩ କୁ ତରବରିଆ ଭାବରେ ବିଭିନ୍ନ ରାଜ୍ୟ ଗୁଡ଼ିକରେ ଲାଗୁ କରିବା ଦ୍ବାରା ଦେଶର ଆଦିବାସୀ ମୂଳନିବାସୀ ଲୋକ ମାନଙ୍କୁ ବ୍ୟାପକ ପରିମାଣରେ ବିସ୍ଥାପିତ କରିବା ସହିତ ଜଳ, ଜଙ୍ଗଲ, ଜମି ଓ ବାସଗୃହର ମାଲିକାନା ହକ ଅଧିକାରରୁ ବଞ୍ଚିତ କରାଯାଉ ଅଛି। ସମ୍ବିଧାନର ଧାରା ୨୪୪ (୧) ଅନ୍ତର୍ଗତ ୫ମ ଅନୁସୂଚୀ ଓ ୨୪୪ (୨) ଅନ୍ତର୍ଗତ ୬ଷ୍ଠ ଅନୁସୂଚୀ ଆଧାରରେ ଆଦିବାସୀଙ୍କୁ ଜଳ, ଜଙ୍ଗଲ, ଜମି ଏବଂ ବାସଗୃହର ମାଲିକାନା ହକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ମଧ୍ଯ କେନ୍ଦ୍ର କିମ୍ବା ରାଜ୍ଯର କୌଣସି ସରକାର ପଦକ୍ଷେପ ଗ୍ରହଣ କରିବା ଭଳି ଦେଖାଯାଉ ନ ଥିବା ବେଳେ ହଜାର ହଜାର ବର୍ଷରୁ ନିଜର ମାନ-ସମ୍ମାନ-ସ୍ବାଭିମାନ ଏବଂ ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ବାରମ୍ବାର ସଂଘର୍ଷ କରି ଆସୁଥିବା ଆଦିବାସୀ ମୂଳନିବାସୀ ମାନଙ୍କର ସର୍ବନାଶ କରିବା ପାଇଁ ନିରନ୍ତର ଭାବରେ କେନ୍ଦ୍ରର ଆରଏସଏସ ବିଜେପି ଏବଂ କଙ୍ଗ୍ରେସ ସରକାର ଦ୍ବାରା ସଂସଦରେ ଅନେକ ଗୁଡିଏ କଳା ଆଇନ୍ ପ୍ରଣୟନ କରାଯାଉ ଅଛି । ଏହି ପରିପ୍ରେକ୍ଷିରେ ସମ୍ବିଧାନର ୨୪୪ ଧାରାରେ ଆଦିବାସୀଙ୍କ ପାଇଁ ପ୍ରାବଧାନ ଥିବା ପଞ୍ଚମ ଓ ଷଷ୍ଠ ଅନୁସୂଚୀକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ୫ମ ଏବଂ ୬ଷ୍ଠ ଅନୁସୂଚୀ ଇମ୍ପ୍ଲିମେଣ୍ଟେସନ୍ ଆକ୍ଟ ପ୍ରଣୟନ କରି ଆଦିବାସୀଙ୍କର ସମ୍ବିଧାନିକ ଅଧିକାରକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ନିମନ୍ତେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ଏଚ୍ ଏନ୍ ରେକୱାଲଙ୍କ ନେତୃତ୍ବ ଏବଂ ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନ୍ୟବର ୱାମନ ମେଶ୍ରାମ ସାହେବଙ୍କ ସମ୍ପୂର୍ଣ୍ଣ ସଂଗଠନ ଶକ୍ତି ସହିତ ସମର୍ଥନରେ ୩୧ ରାଜ୍ଯର ୫୭୦ ଜିଲ୍ଲାରେ ଚରଣଵଦ୍ଧ ଆନ୍ଦୋଳନ ସହିତ ଆଜି ଦେଶବ୍ୟାପୀ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିଶାଳ ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଉପରୋକ୍ତ ଚରଣଵଦ୍ଧ ଆନ୍ଦୋଳନର ୩ୟ ତଥା ଅନ୍ତିମ ପର୍ଯ୍ୟାୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟାଳୟରେ ରାଷ୍ଟ୍ରବ୍ୟାପୀ ରାଲି ପ୍ରଦର୍ଶନକୁ ସଫଳ କରିବା ପାଇଁ ଆଜି ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ସିଂଙ୍କ ସମେତ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ପୂର୍ବତନ ରାଜ୍ଯ ସଭାପତି ମୋହନ ବାସ୍କେ, ବହୁଜନ ମୁକ୍ତି ପାର୍ଟିର ରାଜ୍ଯ ଉପସଭାପତି ବୈଦ୍ୟନାଥ ସିଂ, ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶଙ୍କର ନାଏକ, ବହୁଜନ ମୁକ୍ତି ପାର୍ଟି ଓଡିଶା ମହିଳା ପ୍ରକୋଷ୍ଠର ରାଜ୍ଯ ସଂଯୋଜିକା ଶାନ୍ତିଲତା ଚାତାର, ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ଅର୍ଜୁନ ମହାନ୍ତ, ଏଡଭୋକେଟ ଭାଦୁରାମ ସୋରେନଙ୍କ ମିଳିତ ନେତୃତ୍ବରେ ସମ୍ବିଧାନର ଧାରା ୧୯ ଅନ୍ତର୍ଗତ ମୌଳିକ ଅଧିକାର ଅନୁସାରେ ତଥା ସଂଗଠନର ଅନୁଶାସନକୁ ପାଳନ କରି ଶାନ୍ତିଶୃଙ୍ଖଳାର ସହିତ ଜିଲ୍ଲାର କୋଣ ଅନୁକୋଣରୁ ୫୦୦ରୁ ଉର୍ଦ୍ଧ୍ବ କ୍ରାନ୍ତିକାରୀ ପଦାଧିକାରୀ, କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କୁ ନେଇ ବାରିପଦାର ଷ୍ଟେସନ ବଜାର ଖେଳ ପଡ଼ିଆରୁ ବିଭିନ୍ନ ଦାବୀ ଏବଂ ନାରା ସହିତ ବିଶାଳ ରାଲି ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାରଙ୍କ ଜନ ବିରୋଧୀ, ଆଦୀବାସୀ-ମୂଳନିବାସୀ ବିରୋଧୀ ନୀତି ଓ ଆଇନ ଗୁଡିକ ଅବିଳମ୍ବେ ରଦ୍ଦ କରିବା ସହିତ ୪ ଦଫା ସମ୍ବଳିତ ଦାବୀକୁ ତୁରନ୍ତ ପୂରଣ କରିବା ନିମନ୍ତେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସଂଗଠନର ଆନ୍ଦୋଳନକାରୀ ନେତୃତ୍ବ ବୃନ୍ଦମାନେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଜନବିରୋଧୀ ଆଭିମୁଖ୍ଯ ଉପରେ କ୍ରୋଧିତ ଏବଂ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଚେତାବନୀ ଦେଇଛନ୍ତି ଯେ ସମ୍ବିଧାନ ବିରୋଧୀ କଳା ଆଇନ୍ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ-୨୦୨୩ କୁ ରଦ୍ଦ ନ କରି ଯଦି ଆଦିବାସୀ ମାନଙ୍କୁ ସେମାନଙ୍କର ଜଳ, ଜଙ୍ଗଲ, ଜମି ଏବଂ ବାସଗୃହର ମାଲିକାନା ହକ ଅଧିକାରରୁ ବେଦଖଲ କରିବାର ଷଡ଼ଯନ୍ତ୍ର କରାଯାଏ ତେବେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ସଂଗଠନ ଶକ୍ତି ସହିତ ଶାସନ-ପ୍ରଶାସନ ଓ ସମ୍ବିଧାନ ବିରୋଧୀ ସରକାରଙ୍କ ଉପରେ ସଙ୍ଗଠନାତ୍ମକ ତୀବ୍ର ଜନଆନ୍ଦୋଳନ କରାଯିବ। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଦ୍ବାରା ଆହ୍ବାନ କରାଯାଇ ଥିବା ଏହି ରାଷ୍ଟ୍ରୀୟ ସ୍ତରର ଦେଶବ୍ୟାପୀ ଚରଣଵଦ୍ଧ ଆନ୍ଦୋଳନ ଅନ୍ତର୍ଗତ ଜିଲ୍ଲା ମୁଖ୍ଯାଳୟରେ ବିଶାଳ ରାଲି ପ୍ରଦର୍ଶନ ଆନ୍ଦୋଳନକୁ ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଭାରତୀୟ ବେରୋଜଗାର ମୋର୍ଚ୍ଚା, ଭାରତୀୟ ବିଦ୍ୟାର୍ଥୀ ଛାତ୍ରାପ୍ରକୋଷ୍ଠ, ରାଷ୍ଟ୍ରୀୟ ଆଦିବାସୀ ଛାତ୍ରସଂଘ, ଭାରତୀୟ ଯୁବ ମୋର୍ଚ୍ଚା, ବହୁଜନ ମୁକ୍ତି ପାର୍ଟି, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ, ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା, ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା ସମର୍ଥନ ଓ ସହଭାଗୀ ହେବା ସହିତ କରମଜୀତ ସିଂ, ଫାଗୁରାମ ହାଂସଦା, ତୁଳସୀ ତିୟୁ, ଗୋବିନ୍ଦ ବଦରା, ମୋହନଲାଲ ସୋଏ, ଡେମକା ବାସ୍କେ, ବୁଧୁରାମ ସିଂ, ମଙ୍ଗଲଚରଣ ସିଂ, ବିନାୟକ ତିୟୁ, ରାଉତରାୟ ହାଁସଦା, ଦୁର୍ଗାଚରଣ ସିଂ, ଶୁଭଶ୍ରୀ ସିଂ, କରନାଥ ହେମ୍ବ୍ରମ, ପ୍ରଶ୍ନଜୀତ ପୂର୍ତ୍ତୀ, ଜିଙ୍ଗି ଜାମୁଦା ପ୍ରମୁଖ ଶତାଧିକ ଆନ୍ଦୋଳନକାରୀ ଅଂଶଗ୍ରହଣ କରିଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା by Proprietor Abhimanyu Maharana September 7, 2026 Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026