ଧର୍ମଶାଳା ବିଡିଓଙ୍କ ଗୁଣ୍ଡାରାଜ ଓ ପଂଚାୟତ ସମିତିରେ ଲୋକ ପ୍ରତିନିଧି ଅସୁରକ୍ଷିତ ପ୍ରତିବାଦରେ ଗଣଧାରଣା

0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଧର୍ମଶାଳା  :-> ଧର୍ମଶାଳା ବିଡ଼ିଓଙ୍କ ଗୁଣ୍ଡାରାଜ, ପଞ୍ଚାୟତ ସମିତିରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ତଥା ପ୍ରଶାସନର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ଆଜି ଧର୍ମଶାଳା ବ୍ଲକ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତି ପ୍ରମିଳା ମଲ୍ଲିକ, ବିଜୁ ଯୁବ ଜନତା ଦଳର ସଭାପତି ତଥା ଚାନ୍ଦବାଲିର ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ,

ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀର ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରୀପାଠୀ, ବରୀର ବିଧାୟକ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ମଲ୍ଲିକ ଓ ଯାଜପୁରର ବିଧାୟିକା ଶ୍ରୀମତି ସୁଜାତା ସାହୁ,ଜିଲ୍ଲା ପରିଷଦ ଅଧକ୍ଷା ନଳିନୀପ୍ରଭା ଜେନା, ଉପାଧକ୍ଷ ଗଣେଶ୍ୱର ବରାଳ ଓ ନିର୍ବାଚନ ମଣ୍ଡଳିର ସମସ୍ତ ବିଜେଡି ନେତୃ ମଣ୍ଡଳି ପ୍ରମୁଖ ଯୋଗଦେଇଥିଲେ। ଆଜି ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଧର୍ମଶାଳାର ଜନ ସାଧାରଣ ଉପସ୍ଥିତ ରହି ଧର୍ମଶାଳା ବିଡିଓଙ୍କ ବିରଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ।

Exit mobile version