ନୂଆଗଡ଼ ବ୍ଲକ ର ବିଜେଡ଼ି କର୍ମୀମାନେ ବିଡ଼ିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ

0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗଡ :-> ଗଜପତି ନୂଆଗଡ ବ୍ଲକ ଅନ୍ତର୍ଗତ 19 ଗୋଟି ପଞ୍ଚାୟତ ର ବିଜୁ ଜନତା ଦଳ ବରିଷ୍ଠ ନେତା ଓ କର୍ମୀ ମାନେ ନୂଆଗଡ ବ୍ଲକ ଠାରେ ଏକତ୍ର ହୋଇ। ସମସ୍ତ ବର୍ଗ ର ଭତ୍ତାଧାରୀ ଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଏବଂ ୩୦୦ ୟୁନିଟ ବିଜୁଳି ମାଗଣାର ପ୍ରତାରଣା ପ୍ରତିବାଦ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜୁ ଜନତା ଦଳ ର ପୂର୍ଵ ତନ ଜିଲ୍ଲାପରିଷ ଜେମ୍ସ ରାଇକା,

ବ୍ଲକ ସଭାପତି ଜନ ମାଝୀ,ସୁଦାମ ମଣ୍ଡଳ, ଜୁନାସ ବର୍ଦ୍ଧନ, କ୍ରିଷ୍ଣା ନାୟକ, ପ୍ରମୋଦ ଏଡଲା, ଯଖିୟ ରଇତ, ଯୁବ ସଭାପତି ଆର୍ମିଏଲ ଏଡଲା ଏବଂ ଶତାଧିକ ବିଜେଡି କର୍ମୀ ଯୋଗଦେଇ। ନୂଆଗଡ ବସଷ୍ଟାଣ୍ଡ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ସ୍ଲୋଗାନ ବା ବିଜେଡି ଜିନ୍ଦାବାଦ ବିଜେପି ମୁର୍ଦାବାଦ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ।

ଅଭିଭାଷଣ ରେ ପୂର୍ବତନ ଜିଲ୍ଲାପରିଷଦ ଜେମ୍ସ ରାଇକା ସରକାର ବାରମ୍ବାର ମିଥ୍ୟା ପ୍ରୀତିଶୃତି ଦେଇ ଜନତା ଙ୍କୁ ଠକି ଚାଲିଛନ୍ତି ବା ୩୦୦ ୟୁନିଟ ବିଜୁଳି ମାଗଣା ଏବଂ ୧୦୦୦ ଟଙ୍କା ରୁ ୩୦୦୦ ଟଙ୍କା ଭତ୍ତା ବୃଦ୍ଧି କରିବା ପାଇଁ ପ୍ରତିଶୃତି ଦେଇ ଥିଲେ।

କିନ୍ତୁ ଆଜିପର୍ଯ୍ୟନ୍ତ କୋଣସି ପ୍ରତିଶୃତି ପୂରଣ କରି ନାହାନ୍ତି ଯଥାଶୀଘ୍ର ପ୍ରତିଶୃତି ପୂରଣ କରିବାପାଇଁ ଅଭିଭାଷଣ ଦେଇଥିଲେ ଏବଂ ଲିଖିତ ପତ୍ର ମାଧ୍ୟମ ରେ ନୂଆଗଡ ବଡିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ତାହା ଦେଖିବାକୁ ବାକି ରହିଲା ନିର୍ବାଚନ ସମୟରେ ବିଜେପି ସରକାର୍ ଦେଇଥିବା ପ୍ରତିଶୃତି କୁ କେବେ କାର୍ଯ୍ୟନୁଷ୍ଠାନ କରିବେ ?  

Exit mobile version