0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦୁଇଚକିଆ ଓ ତିନିଚକିଆ ଯାନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ଟିଭିଏସ ମୋଟର କଂପାନି ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଟିଭିଏସ ଜୁପିଟର ୧୧୦ ଉନ୍ମୋଚନ କରାଯାଇଛି। ଏହି ସ୍କୁଟରରେ ନୂଆ ପିଢ଼ିର ଇଂଜିନ ଓ ଶିଳ୍ପର ଅନେକ ପ୍ରଥମ ତଥା ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ବହୁ ସୁବିଧାସୁଯୋଗ ରହିଛି। ଏଥିରେ ରହିଛି ଅତୁଳନୀୟ ଡିଜାଇନ, ଦମଦାର ପ୍ରଦର୍ଶନ, ଅଧିକ ମାଇଲେଜ, ଆଧୁନିକ ପ୍ରଯୁକ୍ତି, ଆରାମ ଓ ସୁରକ୍ଷା ସହ ଅନ୍ୟ ସୁବିଧାସୁଯୋଗ । ଟିଭିଏସ ଜୁପିଟର ଏକ ଅତୁଟ ବନ୍ଧୁ ହୋଇରହିଛି ଏବଂ ଏହା ୬.୫ ନିୟୁତ ଗ୍ରାହକଙ୍କ ବିବିଧ ଆବଶ୍ୟକତା ପୂରଣ କରୁଛି ।
