0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ବାଘଛାଲ କାରବାର ସମୟରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲା ଫୁଲବାଣୀ ବନ ବିଭାଗ। ଅଭିଯୁକ୍ତ ମାନଙ୍କ ଠାରୁ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ, ବନ୍ଧୁକ, କୁଟୁରା ମୁଣ୍ଡ ଏବଂ ୨ଟି ବାଇକ୍ ଜବତ କରିଛି। ଗୁଦାରୀ ଗ୍ରାମ ନିକଟରେ ବାଘ ଛାଲ ଡିଲ୍ ଚାଲିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତ ମାନଙ୍କୁ ମାଡ଼ି ବସିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଦଡ଼ିକ ଅଞ୍ଚଳର ପ୍ରଭାତ ମଲିକ(୩୫) ,ଖଜୁରିପଡ଼ା ଥାନା ଅନ୍ତର୍ଗତ ପାକାଡ଼ାମ୍ବା ଗ୍ରାମର ତ୍ରିନାଥ କହଁର(୫୬) ଏବଂ ଗୁମୁରିଖୋଲ ଅଞ୍ଚଳର ସଂଜୟ ମଲିକ (୪୪) ।
