Home ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଟ ନିକଟରେ ବେଆଇନ ଭାବେ ପ୍ରବେଶ କରି ସୁରକ୍ଷା କର୍ମୀ ଓ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଉଥିବା ଏ ଅସାମାଜିକ ବ୍ୟକ୍ତି କିଏ ??? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜାତୀୟ ଟିଭି ସାମ୍ବାଦିକଙ୍କୁ ମନ୍ତ୍ରୀଙ୍କ ଚାମ୍ବର କୁ ବାଇଟ ପାଇଁ ଯିବାକୁ ହେଲେ ପାସ୍ ଥିଲେ ମଧ୍ୟ ବିଧାନସଭା ଏସପି ଙ୍କ ଅନୁମତି ନେବାକୁ ପଡେ.ଏପରିକି ଉପ ମୁଖ୍ୟମନ୍ତ୍ରୀ ନିଜ ସୁରକ୍ଷା କର୍ମୀଙ୍କୁ ପଠାଇଲେ ମଧ୍ୟ ମୁଖ୍ୟ ଦ୍ୱାର ରେ ଥିବା ସୁରକ୍ଷା ଅଧିକାରୀ ଏସପି ଙ୍କ ଠାରୁ ଅନୁମତି ନେବା ପରେ ସେମାଙ୍କୁ ଛଡା ଯାଏ. ବିଧାନସଭା ରେ ଭିଭିଆଇପି ସୁରକ୍ଷା ପାଇଁ ଏହିପରି ଭାବରେ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଚ୍ଛି l ଅଥଚ 31.8.24 ରାତି 8.37 ମିନିଟରେ ମୁଖ୍ୟମନ୍ତ୍ରୀ ବିଧାନସଭା ରେ ନିକ ଉତ୍ତର ରଖି ଫେରିବା ପୂର୍ବରୁ ଉପରୋକ୍ତ ଜଣେ ବ୍ୟକ୍ତି ନିଜକୁ ବିଜେପି ନେତା କହି ସୁରକ୍ଷା କର୍ମି ଏବଂ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ନିଜ ପାୱାର ଦେଖାଇବା ପାଇଁ ନାଲି ଆଖି ଦେଖାଇ ଦୁର୍ବ୍ୟବହାର କରୁଥିଲେ.ଜଣେ ସାମ୍ବାଦିକ ଏହାର ପ୍ରତିବାଦ କରି ଥିଲେ. ସେ ପାସ୍ କଥା ପଚାରିବାରୁ କହିଲେ ଯେ ସେ କୋରାପୁଟ ଜିଲ୍ଲା ବିଜେପି ର ଭାଇସ ପ୍ରେସିଡେଣ୍ଟ ଓ ସେ କୋରାପୁଟ ବିଧାୟକ ରଘୁରାମ ମାଛ ଙ୍କ ସହ ଆସିଥିବା କିଛି ସାମ୍ବାଦିକଙ୍କୁ କହି ଘଟଣାସ୍ଥଳ ରୁ ଫେରାର ହୋଇ ଯାଇ ଥିଲେ l ଏ ସମ୍ପର୍କରେ ବିଧାୟକ ଙ୍କୁ ପଚାରିବାରୁ ସେ ତାଙ୍କୁ ଚିହିଁ ନ ଥିବା କିମ୍ବା କୌଣସି ପାସ୍ ଦେଇ ନା ଥିବା କହି ଥିଲେ. ଏପରି ଅନେକ ଅସାମାଜିକ ଦଲାଲ ଏବେ ବିଧାନସଭା ଏବଂ ସଚିବାଳୟ ଭିତରେ ବୁଲୁଛନ୍ତି. ତା ହେଲେ ଆମ ଭିଭିଆଇପି କେତେ ସୁରକ୍ଷୀତ ଗୁଇନ୍ଦା ବିଭାଗ ତଦନ୍ତ କରନ୍ତୁ. ବିନା ପାସ୍ ରେ ବିଧାୟକ ଙ୍କ ଗାଡ଼ିରେ ମନଇଚ୍ଛା ପ୍ରବେଶ କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ଅଙ୍କୁଶ ଲଗାଯିବା ଆବଶ୍ୟକତା ରହିଛି . ଅନ୍ୟଥା କେତେ ବେଳେ କଣ ଘଟଣା ଘଟିବ କହି ହେବ ନାହିଁ l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବିଫଳତା ହିଁ ସଫଳତାର ପ୍ରଥମ ପାହାଚ : ଡ. କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 16, 2026 ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଇତିହାସ ... by Proprietor Abhimanyu Maharana October 16, 2026 ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର by Proprietor Abhimanyu Maharana October 15, 2026 ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026