କଟକ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର , ୨୧୨ ଟି ଅଭିଯୋଗ

0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି  :-> କଟକ ଜିଲ୍ଲାପାଳ ଦତ୍ତ। ତ୍ରେୟ ଭାଉ ସାହେବ ସିନ୍ଧେ ନିଆଳି ବ୍ଲକ ପରିସରରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ ୧୮୮ ଟି ଅଭିଯୋଗର ଶୁଣାଣି କରିଛନ୍ତି । ଏହି ଶିବିରରେ ମୋଟ ୨୧୨ ଟି ଅଭିଯୋଗ ମଧ୍ୟରୁ ୧୮୮ ଟି ବେକ୍ତିଗତ ଓ ୨୪ ଟି ସାମୁହିକ ଅଭିଯୋଗ ରହିଥିଲା । ବେକ୍ତିଗତ ଅଭିଯୋଗ ମଧ୍ୟରେ ସରକାରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତା ଓ ରେଶନ କାର୍ଡ ଲୋକଙ୍କୁ ସୁବିଧା ମିଳୁନଥିବାର ଅଭିଯୋଗ ରହିଥିଲା ।

ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ନିଆଳି ବଜାରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ନ ଥିବା ଡ୍ରେନେଜ୍ର ସମସ୍ୟା , କସରଦା ଫାଣ୍ଡିକୁ ଥାନାର ମାନ୍ୟତା ଦେବା, ନିଆଳିରେ ଶୀତଳ ଭଣ୍ଡାର ସହ କୃଷି ଭିତ୍ତିକ ବଜାର ସୃଷ୍ଟି, ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ କାର୍ଯ୍ୟଖେମ କରିବା ସହ ବିଭିନ୍ନ ବିଭାଗରେ ଖାଲିପଡିଥିବା ଡ଼ାକ୍ତର ନିଯୁକ୍ତି କରିବା ସମେତ ବିଦ୍ୟୁତ୍ ବିଭାଗ, କୃଷି, ଏବଂ ପାନୀୟ ଜଳଯୋଗାଣ ବିଭାଗ, ଶିକ୍ଷା ବିଭାଗ ଆଦିରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରାଯାଇଥିଲା ,

ଏହିସବୁ ଅଭିଯୋଗର ଜିଲ୍ଲା ପାଳ ଶୁଣାଣି କରି ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ । ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସମେତ ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ରାୟ, ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଏଲ ଦିବ୍ୟା , ବିଡ଼ିଓ ଜଗଦିଶ ଷଡ଼ଙ୍ଗୀ, ତହସିଲଦାର ଲିଲିନ ପ୍ରସାଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେହେରା ସମେତ ବିଭିନ୍ନ ବିଭାଗର ଅଧିକାରୀ ସମେତ ବ୍ଲକର ସମସ୍ତ ଲୋକପ୍ରତିନିଧି ଯୋଗ ଦେଇଥିଲେ ।

Exit mobile version