ଦେଶୀ ମଦ ସହ ସ୍କୁଟି ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ 

0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ବେଗୁନିଆ ଅବକାରୀ ଥାନା ଅନ୍ତର୍ଗତ  ନାରାୟଣୀପଡ଼ା ଗ୍ରାମ ଠାରେ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଅଭିଯୁକ୍ତ ଜଣକ ସ୍କୁଟି ଯୋଗେ ୮୫ ଲିଟର ଦେଶୀ ମଦ  ଧରି ଯାଉଥିବା ବେଳେ ଅତର୍କିତ ଭାବେ ଜବତ କରି କୋର୍ଟ ଚାଲାଣ ହୋଇଛି । 

ବେଗୁନିଆ ଅବକାରୀ ଥାନା ଉପନୀରିକ୍ଷକ ଏନ ଜାଗିନ ରାଓ ସୂଚନା ଅନୁଯାୟୀ ରାସୋଳ ଗ୍ରାମର ମଧୁସୂଦନ ବାରିକ ସ୍କୁଟି ଯୋଗେ ଦେଶୀ ମଦ ଧରି ବ୍ୟବସାୟ କରିବାକୁ ଯାଉଥିବା ବେଳେ ପାଟ୍ରୋଲିଂ ସମୟରେ ଧରା ପଡ଼ିଥିଲା। ଏଥିରେ ଦେଶୀମଦ ଓ ସ୍କୁଟି ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Exit mobile version