Home ଓଡ଼ିଶା ସୁଭଦ୍ରା ଯୋଜନା କୁ ନେଇ ଗୋପ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି : ବାହାଘର ବେଳେ ବାଇଗଣ ରୁଆ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ନୂତନ ସରକାର ଙ୍କର ନୂତନ ଯୋଜନା ମଧ୍ୟରେ ଅନ୍ୟତମ ଯୋଜନା ଟି ହେଉଛି ସୁଭଦ୍ରା ଯୋଜନା l ଅନେକ ପ୍ରତୀକ୍ଷା ର ଅନ୍ତ ଗଜଟିଛି ସତ କିନ୍ତୁ ବର୍ତମାନ ବିଭିର୍ନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି l କାରଣ ପୂର୍ବରୁ ଉପଭୋକ୍ତା ଙ୍କର ଆବଶ୍ୟକତା ଅନୁଯାୟୀ କୌଣସି କାଗଜପତ୍ର ସଠିକ ନଥିଲା l ଏହାପୂର୍ବରୁ ଯେଉଁଭଳି ଯୋଜନାମାନ ଆଗତ ହେଉଥିଲା ସେଥିପାଇଁ ଏତେପରିମାଣରେ କାଗଜପତ୍ର ଆବଶ୍ୟକତା ପଡୁନଥିଲା l କାରଣ ସେତେବେଳେ ଯୋଗ୍ୟ ଓ ଅଯୋଗ୍ୟ ଙ୍କ ମଧ୍ୟରେ କୌଣସି ଫରକ ଦେଖାଯାଉନଥିଲା l ସବୁକିଛି ଦଳୀୟ ଡ଼ାଞ୍ଚା ରେ ହେଉଥିଲା ଏଣୁ ଆଜି ଯେତେବେଳେ ସମସ୍ତକାଗଜପତ୍ର ଗୁଡିକ କୁ ଡିଜିଟାଲ ମଧ୍ୟରେ ହେଉଛି ସେଥିପାଇଁ ପ୍ରବଳ ଭିଡ଼ ହେଉଛି l ଏବେ ଭୁତ କୁ କିଏ ତାର ଠିକଣା କେଉଁଠି ସେଥିପାଇଁ ଆଧାର ଲିଙ୍କ ଫୋନ ନମ୍ବର ସଂଯୋଗ ଆଦି କାର୍ଯ୍ୟ ପାଇଁ ଉଭୟ ସାରଳାରୀ କାର୍ଯ୍ୟାଳୟ ରେ ଲମ୍ବା ଭିଡି ପରିଲକ୍ଷିତ ହେଉଛି l ଅଙ୍ଗନବାଡି କେନ୍ଦ୍ର ଠାରୁ ଭାରତୀୟ ଡାକ ସେବା କେନ୍ଦ୍ର ଆଦି କାର୍ଯ୍ୟାଳୟ ସମ୍ମୁଖରେ ରେ ପ୍ରବଳ ଭିଡ ହେଉଛି l ଗୋପ ବ୍ଲକ କାର୍ଯ୍ୟାଳୟ ରେ ଅନେକ କାର୍ଯ୍ୟ ର ସମାଧାନ ପାଇଁ ବନ୍ଦୋବସ୍ତ ଥିବା ସତ୍ତ୍ୱେ ତାହା ସଠିକ ରୂପେ ପରିଚାଳିତ ହେଉନାହିଁ l ଯଥା ବ୍ଲକ କାର୍ଯ୍ୟାଳୟ ଥିବା ଆଧାର ସଂଶୋଧନ କାର୍ଯ୍ୟାଳୟ ଟି ଅଧିକାଂଶ ସମୟରେ ବନ୍ଦ ରହୁଛି ଯାହାଫଳରେ କୀ ଦୂରଦୂରାନ୍ତରୁ ଆସୁଥିବା ବ୍ୟକ୍ତି ବିଶେଷ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗୋପ ରେ ଥିବା ଡାକ ଘର ଟି ପ୍ରାୟ ଶହେ ବର୍ଷ ଧରି ଭଡା ଘର ଚାଲିଛି l ସେଥିପାଇଁ ଅନେକ କାର୍ଯ୍ୟ ହୋଇପାରୁନାହିଁ l ଯଦିଓ ପୂର୍ବ ଭଳି ସେମାନଙ୍କ ପାଇଁ ଆଉ ଭିଡ଼ କାର୍ଯ୍ୟ ନାହିଁ ତାହା ସତ୍ତ୍ୱେ ସାଧାରଣ ଜନତାମାନେ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଛନ୍ତି l ଆବଶ୍ୟକୀୟ କର୍ମଚାରୀ ନଥିବା ହେତୁ ଅନେକ ଭିଡ଼ ପାରିଲକଗୀତ ହେଉଥିବା ଶୁଣିବାକୁ ମିଳୁଚିନଲ l ବ୍ୟଙ୍କ ଗୁଡିକ ଙ୍କ କଥା ନକହିଲେ ଭଲ ମନଇଚ୍ଛା ଶାସନ ଚାଲିଛି ଆଉ ସେଥିପାଇଁ କୌଣସି ଆକଟ ମଧ୍ୟ ହେଉନାହିଁ l ଜନସେବା. କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଆଦିରେ ସୁଭଦ୍ରା ଯୋଜନା ନିମନ୍ତେ ଆବଶ୍ୟକୀୟ ଅନୁଯାୟୀ ସରକାରୀ କାର୍ଯ୍ୟ ହେଉନାହିଁ l ଗୋପ ଅଙ୍ଗନବାଡି କେନ୍ଦ୍ର 01 ରେ ୱାର୍କର ପଦବୀ ଟି ପ୍ରାୟ 10 ବର୍ଷ ରୁ ଉର୍ଦ୍ଧ ହେଵ ଖାଲି ପଡିଥିବାରୁ ହେଲପର ଦ୍ଵାରା କାମ ପରିଚାଳିତ ହେଉଛି l ଯାହାଫଳରେ କୀ ଉକ୍ତ ସେଣ୍ଟର ର ଅଧିନସ୍ତ ପିଲାମାନେ ଅନ୍ୟ ୱାର୍ଡ ରେ ଥିବା ଅଙ୍ଗନବାଡି କେନ୍ଦ୍ର କୁ ପାଠ ପଡ଼ିବାକୁ ଯିବାକୁ ପଡୁଛି l ବର୍ତମାନ ସୁଭଦ୍ରା ଯୋଜନା ନିମନ୍ତେ ଆବଶ୍ୟକୀୟ ଅନୁଯାୟୀ କାର୍ଯ୍ୟ କେତେଦୂର ହେଵ ତାହା ସନ୍ଦେହ ଘେରରେ l ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଦୁର୍ନୀତି କୁ ରୋକିବା ନିମନ୍ତେ ଅନେକ ପ୍ରକାର ର ପଦକ୍ଷେପ ନେଉଛନ୍ତି ସତ କିନ୍ତୁ କେଉଁଠି ନା କେଉଁଠି ଗଳା ବାଟ ରହିଯାଉଛି l ଯାହାଫଳରେ ସୂତା ଖିଆ କ ଯାକ ଅଡୁଆ ହୋଇଯାଉଛି ପ୍ରତେକ କାର୍ଯ୍ୟ ପାଇଁ ଜଣେ ଜଣେ ଅଭିଜ୍ଞାତା ସମ୍ପୂର୍ଣ ବ୍ୟକ୍ତି ଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ରହିଛି l ଯାହାଦ୍ଵାରା କାର୍ଯ୍ୟ ଟି ସଠିକ ଓ ଉପଯୁକ୍ତ ସମୟରେ ହୋଇପାରିବ l ଆଉ ଯେଉଁଠି ଅନଭିଜ୍ଞ ବ୍ୟକ୍ତି ସବୁ ଦାୟିତ୍ୱ ରେ ରହିଛନ୍ତି ସେଠି ଏ ସବୁ ନୂଆ ନାଟକ ଦେଖିବାକୁ ମିଳୁଛି l ସରକାରୀ କାର୍ଯ୍ୟାଳୟ ଗୁଡିକ ସଠିକ ସମୟରେ ଖୋଲୁ ନାହିଁ ଅଧିକାରୀ ମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟାଳୟ କୁ ଆସୁଛନ୍ତି ଯାହାଫଳରେ କୀ ସୁଭଦ୍ରା ଯୋଜନାରେ ଅନେକ ହିତାଧିକାରୀ ବଞ୍ଚିତ ରହିପାରନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଏଣୁ ରାଜ୍ୟ ସରକାର ଏଥିପ୍ରତି ଟିକେ ଦୁଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କଲେ ଯୋଜନାଗୁଡିକ ସଠିକ ଭବେ ହିତାଧିକାରୀ ଙ୍କ ପାଖରେ ପହଞ୍ଚିପାରିବ l ଅନ୍ୟଥା ପୁର୍ବ ସରକାର ଙ୍କ ସମୟରେ ଯେପରି ଭୁତ ପୋଷହେଉଥିଲେ ନୂତନ ସରକାର ଙ୍କ ସମୟରେ ତାହା ହିଁ ହେଵ ବୋଲି ଶୁଣିବାକୁ ମିଳୁଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026