Home ଓଡ଼ିଶା ଭୁବନେଶ୍ୱରର ହେଲ୍ଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଓ ଏହାର ଉପକାରିତା ଉପରେ ବିଶିଷ୍ଟ ଆଲୋଚନାଚକ୍ର ଆୟୋଜିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲ୍ଥଭିଲ୍ ତଥା ୟୁ.ଏସ୍.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଛି । ଏଥିରେ ପ୍ରାୟ୧୦୦ ଜଣ ନେଚୁରୋପେଥିକ୍ ଉତ୍ସାହୀ, ଲାଭାର୍ଥୀ ଏବଂ ପ୍ରୋତ୍ସାହକ ଅଂଶଗ୍ରହଣ କରିଥିଲେ । ହେଲ୍ଥଭିଲ୍ର ଚେୟରମ୍ୟାନ୍ ଡ଼କ୍ଟର ସତ୍ୟବ୍ରତ ମୀନକେତନ ସଭାରେ ସ୍ୱାଗତ ଭାଷଣ ରଖି ସମସ୍ତ ଅଂଶଗ୍ରାହୀଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ବର୍ତମାନର ବିଶ୍ୱରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ବହୁମୁଖି ଉପାଦେୟତା ସମ୍ବନ୍ଧରେ ଗଭୀର ଓ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ସେ କହିଛନ୍ତିଯେ, ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରକୃତିର ସୃଷ୍ଚି ମଣିଷ ପାଇଁ ସର୍ବୋତମ ଉପସମ ଦାୟକ । ଆମର ପ୍ରାୟ ୯୦ ପ୍ରତିଶତ ରୋଗ ଏବଂ ଯନ୍ତ୍ରଣାମୂଳକ ସମସ୍ୟାଗୁଡିକ ଆମ ନିଜର ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ, ଖରାପ ଅଭ୍ୟାସ ଏବଂ ନକାରାତ୍ମକ ଚିନ୍ତାର କୁଫଳ, ଯାହାର ନିରାକରଣ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ପଦ୍ଧତିଦ୍ୱାରା କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ସମ୍ପୁର୍ଣ ରୂପେ ସମ୍ଭବ । ମୁଖ୍ୟ ଅତିଥି ଶ୍ରୀ ଗୋଲକ ମହାପାତ୍ର, ଓଡିଶା ରାଜ୍ୟ ବିଜେପି ଏକକର ଉପାଧ୍ୟକ୍ଷ, ସମାବେଶକୁ ସମ୍ବୋଧିତ କରି ହେଲ୍ଥଭିଲ୍ କେନ୍ଦ୍ରର ସ୍ଥାପନା ପାଇଁ ଡ଼କ୍ଟର ମୀନକେତନଙ୍କ ବିଶାଳ ଜନହିତୈଷି ଉଦ୍ୟମ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱରରେ ସ୍ଥିତ ଏହି ପ୍ରସିଦ୍ଧ ନେଚୁରୋପେଥିକ୍ ସେଂଟର ନିମ୍ନ ଖର୍ଚ୍ଚରେ ଏବଂ ସହଜ ଉପାୟରେ ସମସ୍ତ ଜନସମାଜର କଲ୍ୟାଣ ହେତୁ ଏକ ଅନନ୍ୟ ଭୂମିକା ନିର୍ବାହ କରିବ । ଏଥିପାଇଁ ସେ ଡ଼କ୍ଟର ମୀନକେତନଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇଛନ୍ତି l ଅନ୍ୟ ଗଣମାନ୍ୟ ବ୍ୟକ୍ତିତ୍ୱ ଓ ବକ୍ତାମାନଙ୍କ ମଧ୍ୟରେ ଥିଲେ ୱେଲୋପାଥି, ୟୁ.ଏସ.ଏର ଆନ୍ତର୍ଜାତିକ ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ଶ୍ରୀ ସଞୟ ବର୍ମା, ହାବାର୍ଡ ମେଡ଼ିକାଲ୍ ସ୍କୁଲ୍ର ଇଂଟରନାଲ୍ ମେଡ଼ିସିନ୍ ବିଭାଗର ଡକ୍ଟର୍ ଅଭିଷେକ ସାହି, ମୁଖ୍ୟ ଟେକନିକାଲ୍ ଅଧିକାରୀ ଶ୍ରୀ ମୁକୁନ୍ଦ ପାର୍ଥସାରଥୀ, ବ୍ରିଗେଡିୟର୍ ନରେନ୍ଦ୍ର ସିଂହ, ଶ୍ରୀ ଦୀପକ୍ ଗୁପ୍ତା ପ୍ରମୁଖ । ତତ୍ ସହିତ ଓଡ଼ିଶା ଓ ଭାରତବର୍ଷର ଅନ୍ୟ ବହୁ ଗଣମାନ୍ୟ ବ୍ୟକ୍କିତ୍ୱ ଯଥା ସେନଚୁରିୟନ୍ ୟୁନିଭରସିଟିର କମ୍ୟୁନିଟି ମେଡିସିନ୍ ସେଂଟର ତଥା ଏସଓପିଏଏଚଏସର ନିର୍ଦ୍ଦେଶକ ପ୍ରୋ. ସୁନିଲ୍ କୁମାର ଝା, ଏ.ଆଇ.ପି.ଏଚ୍ ବିଶ୍ୱବିଦ୍ୟାଳୟର ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମୁଖ୍ୟ ଡକ୍ଟର୍ ଦିନେସ୍ ସ୍ୱାଇଁ ଓ ପ୍ରାକ୍ତନ୍ ଆଇପିଏସ୍ ଶ୍ରୀ ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଅତିଥି ନିଜ ବକ୍ତବ୍ୟରେ ଡକ୍ଟର୍ ସତ୍ୟବ୍ରତ ମୀନକେତନଙ୍କ ପ୍ରାକୃତିକ ଚିକିତ୍ସାକେନ୍ଦ୍ର ହେଲ୍ଥଭିଲେର ଆନ୍ତର୍ଜାତିକ ଜନପ୍ରିୟତା ଓ ଉତମ ଗୁଣବତାର ଭୁରିଭୁରି ପ୍ରଶଂସା କରିବା ସହିତ ତାଙ୍କର ଏଭଳି ଜନହିତୈଷୀ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ହେଲ୍ଥଭିଲେର ଡାଇରେକ୍ଟର୍ ଡକ୍ଟର୍ ମିଲିଣ୍ଡ ପରାସର୍ ମଧ୍ୟ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ଅତି ପ୍ରଭାବି ଗୁଣବତା ସମ୍ବନ୍ଧରେ ବିଶେଷ ଆଲେକପାତ କରିଥିଲେ ୱେଲୋପାଥିର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ତୁଷାରକାନ୍ତ ବିଶ୍ୱାଳ ମଧ୍ୟ ୱେଲୋପାଥି ସହିତ ହେଲ୍ଥଭିଲେର ମିଳିତ ଆୃଭିମୁଖ୍ୟକୁ ପ୍ରଶଂସା କରି କହିଥିଲେ ଏହାଦ୍ୱାରା ଏଡ଼ିଶା ତଥା ଭାରତବର୍ଷରେ ପ୍ରାକୃତିକ ଚିକତ୍ସା ପଦ୍ଧତି ଆହୁରି ମଜଭୁତ୍ ହେବ । ହେଲ୍ଥଭିଲେର ସମସ୍ତ ଚିକିତ୍ସାବିତ୍ ଓ କର୍ମକର୍ତା ଏହି ଭବ୍ୟ ସଭାରେ ଉପସ୍ଥିତ ଥିଲେ । ଓଡ଼ିଏମ୍ ଶିକ୍ଷା ସମୁହର ଶିକ୍ଷା ନିର୍ଦ୍ଦେଶକ ଡକ୍ଚର୍ ଆର୍ତତ୍ରାଣ ମିଶ୍ର ମଂଚ ସଂଚାଳନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର by Proprietor Abhimanyu Maharana October 15, 2026 ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026