କୃଷି ମନ୍ତ୍ରୀ ବୃକ୍ଷ ପ୍ରଦାନ କରି ରଣପୁର ଚାଷୀ ଙ୍କୁ ଉତ୍ସାହିତ କଲେ

ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର )ରିପୋର୍ଟ-ଅଭିମନ୍ୟୁ ,ରଣପୁର :- ଗତ 12 ତାରିଖ ବୁଧବାର ମଧ୍ୟାହ୍ନ ଦୁଇ ଘଣ୍ଟା ସମୟରେ ରଣପୁର ର ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ କାଶୀନାଥ ପ୍ରଧାନ ଯେ କି କର୍ମ ଜଞ୍ଜାଳ ମଧ୍ୟରେ ରହି ମଧ୍ୟ ରଣପୁର ବ୍ଲକ ର ନରସିଂହ ପୁର ଗ୍ରାମ ପଞ୍ଚାୟତ ର ନିହଲପ୍ରସାଦ ଗ୍ରାମ ନିକଟରେ ଜଣେ ଫଳ ଚାଷୀ ଭାବେ ପ୍ରାୟ ସାତ ଏକର ଜମିରେ

ଏକ ବଗିଚା କରି ଆମ୍ବ , ଲେମ୍ବୁ, ଅମୃତଭଣ୍ଡା , ସପେଟା ଓ କଦଳୀ ପ୍ରଭୄତି ଗଛ ଲଗାଇ ଉତ୍ପାଦନକ୍ଷମ କରି ରଣପୁର ଅଞ୍ଚଳ ର ଅଧିବାସୀ ଙ୍କୁ ବିନା ମୂଲ୍ୟ ରେ ଦେଉଥିବାରୁ ମାନ୍ୟବର କୃଷି ମନ୍ତ୍ରୀ ଡ଼ଃ .ଅରୁଣ କୁମାର ସାହୁ ଖୁସି ହୋଇ ଚାଷୀ ଭାଇ କାଶୀନାଥ ପ୍ରଧାନ ଙ୍କୁ ନିଜ ହାତରେ କଲମୀ କରିଥିବା ବିରଳ ପ୍ରଜାତିର ପଣସ ଗଛ ଦେଇ ସମ୍ମାନୀତ କରିଥିଲେ ଏବଂ ଏହି ଅବସର ରେ ଚାଷୀ କାଶୀନାଥ ପ୍ରଧାନ ଙ୍କୁ ଏହି ଭଳି ପାଞ୍ଚଟି ଗଛ ସ୍ଥାନୀୟ ଚାଷୀ ଙ୍କୁ ବାଣ୍ଟିବା ପାଈଁ ପରାମର୍ଶ ଦେଇଥିଲେ ।

Exit mobile version