0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଡିସିଏମ୍ ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ ଦି ନଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ଇନୋଭେସନ୍ ଓ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପେଦଷ୍ଟାଙ୍କ କାର୍ଯ୍ୟାଳୟ ସହଯୋଗରେ ଆୟୋଜନ କରାଯାଇଥିବା ଡିସିଏମ୍ ଶ୍ରୀରାମ ଏଜିୱାଟର ଚ୍ୟାଲେଞ୍ଜର ଚାରି ଫାଇନାଲିଷ୍ଟ ଘୋଷଣା କରାଯାଇଛି । ୨୦୨୩ ଜୁନ୍ରେ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ ପାଇଁ ୧୪ଟି ପ୍ରଯୁକ୍ତି ପହଂଚିଥିଲା ଯାହାକୁ ଅନୁଶୀଳନ କରିବା ପରେ ଫାଇନାଲିଷ୍ଟ ଚିହ୍ନଟ କରାଯାଇଛି । ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା ସହିତ ଧାନ, ଗହମ, ଆଖୁ ଓ କପା ଚାଷ କରୁଥିବା କ୍ଷୁଦ୍ରଚାଷୀଙ୍କ ଉତ୍ପାଦକତାରେ ଉନ୍ନତି ଆଣିବା ଲାଗି ଦେଶର କୃଷି ପ୍ରତିକୂଳ ସ୍ଥାନରେ ଏହି ପ୍ରଯୁକ୍ତିଗୁଡ଼ିକୁ ମୂତୟନ କରାଯାଇଥିଲା । ଇକୋସିଏଟ୍ କନସଲଟାଂଟ୍ ସହଯୋଗରେ ଦି ନଜ୍ ପ୍ରାଇଜ୍ ଟିମ୍ ପକ୍ଷରୁ ଏକ ମଧ୍ୟବର୍ତୀକାଳୀନ ଅନୁଶୀଳନ କରାଯିବା ପରେ ଚାରିଟି ଫାଇନାଲିଷ୍ଟ ଚିହ୍ନଟ କରାଯାଇଛି ।
ଚାରି ଫାଇନାଲିଷ୍ଟଙ୍କୁ ୨୪ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ । ଫାଇନାଲିଷ୍ଟ ଭାବେ ଚୟନ ହୋଇଥିବା ସଂସ୍ଥା ଇଏଫ୍ ପଲିମର ମୃତିକାର ଆର୍ଦ୍ରତା ବଜାୟ ରଖିବା ସହ ସେଥିରେ ଉନ୍ନତି ଆଣିବା କ୍ଷେତ୍ରରେ କାର୍ଯ୍ୟ କରୁଛି । ସେହିପରି କଲ୍ଟୱାଇଭେଟ୍ ଚାଷରେ ଜଳ ବ୍ୟବହାରରେ ଉନ୍ନତି ଆଣିବା ଲାଗି ସେବା ପ୍ରଦାନ କରୁଛି । ଇଣ୍ଡଷ୍ଟିଲ୍ ପକ୍ଷରୁ ଜଳସେଚନ ବ୍ୟବସ୍ଥାର ଅଟୋମେସନ କରାଯାଉଛି । ଫାଏଫାର୍ମର ପ୍ରଯୁକ୍ତିକୁ କୃଷିରେ ଜଳ ଦକ୍ଷତା ବଢ଼ାଇବାରେ ସହାୟକ ହେଉଛି । ଏହି ଚ୍ୟାଲେଞ୍ଜର ଚୂଡ଼ାନ୍ତ ପର୍ଯ୍ୟାୟ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ୨୦୨୫ ଫେବ୍ରୁଆରିରେ ବିଜେତା ଘୋଷଣା କରାଯିବ । ଫାଇନାଲିଷ୍ଟମାନଙ୍କୁ ମୋଟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଯାହାକୁ ସେମାନେ ନିଜ ପ୍ରଯୁକ୍ତିକୁ ବ୍ୟାପକ କରିବାରେ ବ୍ୟବହାର କରିବେ । ସବୁଠୁ ପ୍ରଭାବଶାଳୀ ଓ ବ୍ୟାପକ ସମାଧାନକୁ ୨ କୋଟି ଟଙ୍କା ପ୍ରଦାନ କରାଯିବ ।
