ଓଡିଶା ସୂଚନା ସେବା ଅଧିକାରୀ ଶ୍ରୀମତି ଦୀପ୍ତିମୟୀ ମହାପାତ୍ର ନୂତନ ଉପନର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି

0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ରାଜ୍ୟ ସୂଚନା କେନ୍ଦ୍ର, ଜୟଦେବ ଭବନରେ ବରିଷ୍ଠ ଓଡିଶା ସୂଚନା ସେବା ଅଧିକାରୀ ଶ୍ରୀମତି ଦୀପ୍ତିମୟୀ ମହାପାତ୍ର ନୂତନ ଉପନର୍ଦ୍ଦେଶକ ଭାବେ ଗତ ଶନିବାର ଅପରାହ୍ନରେ ଯୋଗ ଦେଇଛନ୍ତି । ଜୟଦେବ ଭବନର ପରିଚାଳକ ଶ୍ରୀ ସରୋଜ କୁମାର ଶତପଥୀô, କନିଷ୍ଠ ସହାୟକ ଶ୍ରୀ ଦୀପ୍ତି ରଞ୍ଜନ ପରିଡା, ଗ୍ରନ୍ଥାଗାରିକ ଶ୍ରୀ ସଚ୍ଚିଦାନନ୍ଦ ରାଉତ, ସରସ୍ୱତୀ ଦେବୀ, ବରିଷ୍ଠ ସହାୟକ ରବି ପଟ୍ଟନାୟକ, ପ୍ରୋଜେସ୍କନିିଷ୍ଟ ଶ୍ରୀ ଗିରୀଶ ପୁଜାପଣ୍ଡାଙ୍କ ସମେତ ଜୟଦେବ ଭବନର ସମସ୍ତ କର୍ମଚାରୀ ଉପ ନିର୍ଦ୍ଦେଶକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ ।

ଶ୍ରୀମତୀ ମହାପାତ୍ର ସମସ୍ତ କର୍ମଚାରିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକସମ୍ପର୍କ ବିଭାଗର ମୁଖଶାଳା ରୂପେ ଅଭିହିତ ରାଜ୍ୟ ସୂଚନା କେନ୍ଦ୍ର ଜୟଦେବ ଭବନକୁ ଅଧିକ ଶୃଙ୍ଖଳିତ କରିବା ନିମନ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ସମସ୍ତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ଅବସର ଗ୍ରହଣ ପରେ ଉପ ନିର୍ଦ୍ଦେଶକ ଶ୍ରୀମତୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।

Exit mobile version