0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଚାବରିପାଲି ଗାଁ ରେ ସୋମବାର ଦିନ ବଢ଼ି ଭୋର ସମୟ ରେ ଏକ ବଣୁଆ ହାତୀ ଆକ୍ରମଣ ରେ ବୃଦ୍ଧ ଦମ୍ପତି ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି I ସୂଚନା ଯୋଗ୍ୟ ଯେ ଚାବରିପାଲି ଗାଁ ର ନୀଳାମ୍ବର ବରିହା ଓ ସ୍ତ୍ରୀ ଯଶୋବନ୍ତି ବରିହା ନିଜ ଘରେ ଆଶ୍ରୟ ନେଇଥିବା ବେଳେ ବଢିଭୋର ସମୟ ରେ ବଣୁଆ ହାତୀ ଆସି ଅତର୍କିତ ଆକ୍ରମଣ କରି ଥିଲା ଫଳ ରେ ନୀଳାମ୍ବର ଙ୍କ ଘର ଭାଙ୍ଗି ଯିବା ସହ ହାତୀ ଟି ନୀଳାମ୍ବର ଓ ସ୍ତ୍ରୀ ଯଶୋବନ୍ତି ଙ୍କୁ ଦଳି ଦେଇ ଥିଲା ଫଳରେ ବୃଦ୍ଧ ଦମ୍ପତି ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇ ଥିବା ଜଣାପଡିଛି I
