Home ଓଡ଼ିଶା ପାରଳାଖେମୁଣ୍ଡି ଠାରେ କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାର ସମସ୍ତ କୃଷକ ଉତ୍ପାଦନ କମ୍ପାନୀମାନଙ୍କ କର୍ମ କର୍ତା ଙ୍କୁ ନେଇ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଙ୍କ ଅଧକ୍ଷତରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଗଜପତି ଜିଲ୍ଲା ର ଚାଷୀଙ୍କ ଉତ୍ପାଦନ ବୃଦ୍ଧି , ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ ବଜାରିକରଣ , ଚାଷୀମାନଙ୍କୁ ଆସୁଥିବା ସରକାରୀ ସହାୟତା କୃଷକ ଉତ୍ପାଦନ କମ୍ପାନୀ ମାଧ୍ୟମରେ ଚାଷୀଙ୍କୁ ଉପଲବ୍ଧ କରାଇବା ସହ କୃଷକ ଉତ୍ପାଦନ କମ୍ପାନୀ ମାନଙ୍କୁ ସଶସ୍ତୀକରଣ କରିବା ଉଦେଶ୍ୟରେ ନାବାର୍ଡ , ସି.ଆର.ଏସ ଓ ସକାଳ ସ୍ବେଛାସେବୀ ଅନୁଷ୍ଠାନରେ ସହଯୋଗରେ ଆୟୋଜନ ଆୟୋଜନ କରାଯାଇଥିଲା ଏହି କର୍ମଶାଳାରେ ୧୨ ଗୋଟି କୃଷକ ଉତ୍ପାଦନ କମ୍ପାନୀ କର୍ମକର୍ତା ଓ କମ୍ପାନୀକୁ ସହଯୋଗ କରୁଥିବା ୧୨ ଗୋଟି ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତା ଉପସ୍ଥିତ ଥିଲେ । କୃଷକ ଉତ୍ପାଦନ କମ୍ପାନୀମାନ ଙ୍କୁ ସହଯୋଗ କରୁଥିବା ସରକାରୀ ବିଭାଗ ଯଥା ଉଦ୍ୟାନ ବିଭାଗର ଉପନିର୍ଦେଶୟକ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତିନିଧି , ଜଳ ବିଭାଜିକା ଓ ମୃତିକା ସଂରକ୍ଷଣ ବିଭାଗର ପ୍ରତିନିଧି ,ଗଜପତି ଜିଲ୍ଲା ଆତ୍ମା ନିଯୁକ୍ତି ନିର୍ଦେଶ୍ୟକ, କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ , ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ , ଓରମାସ୍ ର ଉପ କାର୍ଯ୍ୟନିଵାହୀ ଅଧିଆକାରୀ ,ଓଏଲଏମ ଓ ମିଶନ ଶକ୍ତିର ଡିପିଏମ , ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ପରିଚାଳକ ଆଦି ଉପସ୍ଥିରେ ଜିଲ୍ଲାର ସମସ୍ତ କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା । ପାରଳାଖେମୁଣ୍ଡି ସ୍ତିତ ଉଦ୍ୟାନ ବିଭାଗର ଉପନିର୍ଦେଶ୍ୟକ ଏହି କମିଟିର ଅଧକ୍ଷ ରହିବେ , ଜିଲ୍ଲାର ସରକାରୀ ବିଭାଗର କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସହିଯୋଗୀ ପଦସ୍ଥ ଅଧିକାରୀ , କୃଷକ ଉତ୍ପାଦନ କମ୍ପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ/ସଭାପତି ଓ ସହଯୋଗି ସ୍ଵେଛାସେଵୀ ଅନୁଷ୍ଠାନର କର୍ମକର୍ତା ଏହି କମିଟିର ସଭ୍ୟ ରହିବେ ଓ କମ୍ପାନୀ ଗୁଡିକୁ କିଭଳିଭାବେ ସୁଦୃଢ଼ୀକରଣ କରାଯାଇପାରିବ କମିଟି ତରଫରୁ ମାସିକ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବା କୁ ସ୍ଥିର କରାଯାଇଥିଲା । ଏହି କର୍ମଶାଳା ଗଜପତି ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦନ କମ୍ପାନୀ ତପ୍ତପାଣି କୃଷକ ଉତ୍ପାଦନ କମ୍ପାନୀ ର ମୁଖ୍ୟ କାର୍ଯ୍ୟନିଵାହୀ ଅଧିକାରୀ ଶ୍ରୀ ଅଜିତ କୁମାର ସହୂ ପରିଚାଳନା କରିଥିଲେ ଓ ସକାଳ ଅନୁଷ୍ଠାନ ର କର୍ମଚାରୀ ସହଯୋଗ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026