0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ଆୟୋଜିତ ସଦସ୍ୟତା ଓ ସଂଗଠନର ବିକାଶ ” ଶୀର୍ଷକ ଆଲୋଚନାଚକ୍ରରେ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣିଷ ଜୀବନରେ ସେବା ମନୋଭାବର ଗୁରୁତ୍ୱ ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ସେବା କରିବା ଜୀବନର ଏକ ସୁଯୋଗ,ଏଣୁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଯୁବ ପିଢ଼ି ଆଗଭର ହେବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ଯୋଗଦେଇ ପ୍ରାକ୍ତନ ରୋଟାରୀ ଗଭର୍ଣ୍ଣର ଦେବାଶିଷ ମିଶ୍ର ସାରା ବିଶ୍ୱର ୨୨୦ ଦେଶରେ ରୋଟାରୀର ସେବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ସାମାଜିକ ସେବା ବିନା ନେତୃତ୍ତ୍ୱ ନେବାର ଦକ୍ଷତାର ବିକାଶ ସମ୍ଭବ ନୁହେଁ ବୋଲି କହିଥିଲେ ।
