ନୂତନ ତହସିଲଦାରଙ୍କ ଅଚାନକ ଚଢାଉ : ଦୁଇ ବାଲି ବୋଝେଇ ଟ୍ରାକ୍ଟର ଜବତ

 0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ  :-> ରାମଚଣ୍ଡୀ ଥାନା ଅଧୀନ ବାଲିକପିଳେଶ୍ଵର ନିକଟରୁ ଚୋରା ବାଲି ଵୋଝେଇ ଟ୍ରାକ୍ଟରକୁ ନୂତନ ଭାବେ ଯୋଗଦେଇ ଥିବା ଗୋପ ତହସିଲଦାର ଅନିଲ କୁମାର ମହାନ୍ତି ରାମଚଣ୍ଡୀ ଥାନା ସହାୟତାରେ ରବିବାର ସକାଳେ ଜବତ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ ବାଲି କପିଳେଶ୍ଵର ସମେତ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରୁ ବ୍ୟାପକ ପରିମାଣର ଚୋରାବାଲି ଚାଲାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିବା ବେଳେ ରବିବାର ସକାଳେ ତହସିଲଦାର ଶ୍ରୀ ମହାନ୍ତି ରାମଚଣ୍ଡୀ ପୋଲିସ ସହାୟତାରେ ଚଢ଼ାଉ କରିଥିବା ବେଳେ ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଗାଡି ଦୁଇଟିକୁ ନେଇ ଥାନା ପରିସରରେ ରଖା ଯାଇଥିବା ଜଣାପଡିଛି ।

Exit mobile version