
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆର,ଉଦୟଗିରି ସହରରେ ଘନ ଘନ ବିଦ୍ୟୁତ କାଟ ସାଙ୍ଗକୁ ମଶାଙ୍କ ଆକ୍ରମଣ ବେଡି ଉପରେ କୋରଡ଼ା ମାଡ ସଦୃଶ୍ୟ ହୋଇଛି । ଯେଉଁଠି ଦେଖିବ ଦଳ ଦଳ ମଶା । ଘରେ ବାହାରେ ସବୁଠି ଏକା ପରିସ୍ଥିତି। ଦିନରେ କେମିତି କେମିତି ସଞ୍ଜ ନଇଁଲେ ଆରମ୍ଭ ହୋଇ ଯାଉଛି ମଶାଙ୍କ ରକ୍ତ ଶୋଷଣ ଅଭିଯାନ । ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହି ନପାରି ସନ୍ଧ୍ୟା ସମୟରେ ବାହାରକୁ ଆସୁଛନ୍ତି ହେଲେ ମଶା କେଉଁଠି ବି ରଖେଇ ବସେଇ ଦେଉନାହାନ୍ତି । ସହରରେ ପ୍ରବଳ ମଶା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେବା ସହ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଗଲେଣି ।

