Home ଓଡ଼ିଶା ଖାଲି ହାତରେ ଅବସର ନେଲେ ବ୍ଲକଗ୍ରାଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ତାରିଣୀ ବଡ଼ରଇତ ଅବସର ଗ୍ରହଣ କରିଛନ୍ତି ତାହା ପୁଣି ଶୂନ୍ୟ ହସ୍ତରେ l ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ |1993 ମସିହାରେ ମହେନ୍ଦ୍ରଗଡ଼ ଠାରେ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା l ବର୍ତ୍ତମାନ ସୁଦ୍ଧା ଏହି ବିଦ୍ୟାଳୟରୁ ପ୍ରାୟ 3000 ଛାତ୍ର ଛାତ୍ରୀ ଅଧ୍ୟୟନ କରି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ l ଏହି ବିଦ୍ୟାଳୟରୁ ଜଣେ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ରାଜ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି l 1993 ଠାରୁ 2007 ପର୍ଯ୍ୟନ୍ତ ଦୀର୍ଘ 14 ବର୍ଷ ବିନା ଦରମାରେ ଖଟିବା ପରେ ସରକାର ବ୍ଲକଗ୍ରାଣ୍ଡରେ ଯାହା ଗଣ୍ଡାକ ଦରମା ଦେଲେ ତାହା ପୁଣି ବିନା ଚାକିରୀ ସର୍ତ୍ତାବଳିରେ l ଆଜି ଯେତେବେଳେ ଶ୍ରୀ ତାରିଣୀ ବଡ଼ ରଇତ ସେଇ ବିଦ୍ୟାଳୟରୁ ଅବସର ନେଇଛନ୍ତି ସେ ଖାଲି ଙ୍ଗ ହାତରେ ଘରକୁ ଫେରିଛନ୍ତି l ଆଜିର ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି କୁମୁଦିନୀ ଗମାଙ୍ଗ, ସମିତିସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ, ଶ୍ରୀ କୃପାସିନ୍ଧୁ ଗମାଙ୍ଗ, ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ ଶ୍ରୀ ସମସେନ ଲିମା ୱାର୍ଡସଦସ୍ୟା ଶ୍ରୀମତୀ ସୁକେଶୀ ପାତ୍ର, ଅଭିଭାବକବୃନ୍ଦ ଓ ଛାତ୍ର ଛାତ୍ରୀ ବୃନ୍ଦ ଯୋଗଦେଇଥିଲେ l ସେ ଜଣେ ମେଳାପୀ ମିଷ୍ଟଭାଷୀ ସମୟାନୁବର୍ତ୍ତୀ ଓ ବନ୍ଧୁବତ୍ସଳ ଥିଲେ l ମଞ୍ଚାସିନ ଅତିଥି ବୃନ୍ଦ ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ଓ ଗୁଣାବଳି ଗୁଣଗାନ କରିଥିଲେ l ଶେଷରେ ବିଦ୍ୟାଳୟ ତରଫରୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା l ବିଭିନ୍ନ ବ୍ୟକ୍ତି ବିଶେଷ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ l ରାଜ୍ୟର ଏହି ବର୍ଗର ବିଦ୍ୟାଳୟର ଶିକ୍ଷକ କର୍ମଚାରୀବୃନ୍ଦଙ୍କୁ ତୁରନ୍ତ ସରକାର ପେନସନଭୁକ୍ତ ଓ ଚାକିରୀ ସର୍ତ୍ତାବଳି ଲାଗୁ କରିବା ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଦେଇଥିବା ବେଳେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ମାନେ ତାଙ୍କୁ ସୁଗାଡ଼ ସ୍ଥିତ ତାଙ୍କ ନିଜ ବାସ ଭାବନରେ ଛାଡି ଆସିଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026