Home ଓଡ଼ିଶା ବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବଡଗଡର ପ୍ରସିଦ୍ଧ ଗଣେଶ ପୂଜା ମହୋତ୍ସବରେ ମହାରାଷ୍ଟ୍ର ଲାଲବାଗ ଆକୃତିର ୫୭ଫୁଟ ଉଚ୍ଚର ଗଣେଶ, ଓ ୧୨ ଫୁଟ ଉଚ୍ଚର ମୂଷିକ ବାହନ ପୂଜା ପାଇବେ । ୨୦୧୮ ମସିହାରେ ୩୫ ଫୁଟ ଉଚ୍ଚର ମୂର୍ତ୍ତି ଏବଂ ୨୦୨୩ ମସିହାରେ ୫୫ଫୁଟ ଉଚ୍ଚର ମୂର୍ତ୍ତି ପୂଜାପାଇଥିଲେ। ଏଥର ପୂଜାର ମୁଖ୍ୟ ଆକର୍ଷଣ ହେବ ୧୦ କେଜି ଓଜନର ରୂପା ପାଦ ଓ କେ.ଜିର ଲଡ଼ୁ ଭୋଗ, ପୂଜାର ଆୟୋଜକ ବ୍ରାଇଟ୍ ଷ୍ଟାର ୟୁଥ୍ ଆସୋସିଏସନ ଓ ବଡଗଡ ଗଣେଶ ମହୋତ୍ସବ ପୂଜା କମିଟି ପକ୍ଷରୁ ରବିବା ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଶ୍ରୀ ଗଣେଷ ଠାକୁରଙ୍କ ପରିଧାନ ନିମନ୍ତେ ଏକ ମୂଲ୍ୟବାନ ବସ୍ତ୍ର ସୋନପୁରର ବୁଣାକାର ଶ୍ରୀ ବିକ୍ରମ ମେହେରଙ୍କ ଦ୍ଵାରା ବୁଣାଯାଇଛି । ଏହି ବସ୍ତ୍ର ପାଇଁ ୫୪ ହଜାର ଟଙ୍କା ବ୍ୟୟ ହୋଇଛି। । ଏହି ପରିଧାନ ବସ୍ତ୍ରର ପ୍ରସ୍ତୁତିପାଇଁ ବୁଣାକାରଙ୍କୁ ମାସାଧୂକ ସମୟ ଲାଗିଛି। ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ବ୍ୟବହୃ ହେବ ପ୍ରାକୃତିକ ତିକ ରଙ୍ଗ। ଏଥିସହିତ ଏଥିରେ ଟାଇଟାନିକ୍ ଆକୃତିର ଆଲୋକ ତୋରଣ ମଧ୍ୟ ଶୋଭା ପାଇବ। । ପ୍ରତିଦିନ ସନ୍ଧ୍ୟାରେ ଠାକୁରଙ୍କ ଖେଚୁଡି ପ୍ରସାଦ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯିବ। କଟକର ତ୍ରିଶୂଳିଆରୁ ମାଟି କିଣାଯାଇ ଇ କୁଶଳୀ ।ରିଗରମାନଙ୍କ ଦ୍ୱାରା ଏହି ମୂର୍ତ୍ତିଗଢିବା କାର୍ଯ୍ୟ ଚାଲିଛି। ୭ ଦିନ ଧରି ପୂଜାକୁ ଜାକଜମକରେ ପାଳନ କରାଯିବ। । ପୂଜା ମଣ୍ଡପରେ ଜର୍ମାନର ହ୍ୟାଙ୍ଗର ସେଡ, ମିନି ପାଗୋଡାରେ ନିର୍ମାଣ କରାଯିବ । ବଡଗଡର ଗଣେଶ ପୂଜା ମଣ୍ଡପ, ଗ୍ରାମ ଛକରୁ କଳ୍ପନା ଛକ ଯାଏ ଆଲୋକ ମାଳାରେ ଝଲସି ଉଠିବ। ପୂଜା ମଣ୍ଡପରେ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ମଣ୍ଡପ ହୁଇଲ ଚେୟାର ସୁବିଧା କରାଯାଇଛି। କମିଟିର ସମ୍ପାଦକ ସଂଗ୍ରାମ ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଲିଉଡ ଷ୍ଟାର ଅର୍ଚ୍ଚନା ପାଢ଼ୀ, ଇରା ମହାନ୍ତି, କୁଲଦିପ୍ ପଟ୍ଟନାୟକ, ନାଭ୍ୟା ଦୁର୍ଗା ତାରିକ୍ ଅଜିଜ୍, ଅଙ୍କିତ ପାତ୍ର, ମଣ୍ଡୁ ଛୁରିଆ ଏବଂ ସହଯୋଗୀ ପ୍ରମୁଖ ସଙ୍ଗୀତ ମହାକୁମ୍ଭରେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026