ଆଷାଢ଼ ସାହିତ୍ୟ ସଂସଦ ର 33ତମ ବାର୍ଷିକ ଉତ୍ସବ : ସାହିତ୍ୟ, ସଂସ୍କୃତି ଓ ଐ ତିହକୁ ବଞ୍ଚାଇ ରଖିଲେ – ଓଡ଼ିଆ ଅସ୍ମିତା ସୁଦୃଢ ହେବ

 0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ସାହିତ୍ୟ, ସଂସ୍କୃତି ଓ ଐତିହ କୁ ବଞ୍ଚାଇ ରଖିଲେ ଓଡ଼ିଆ ଅସ୍ମିତା ସୁଦୃଢ ହେବ l ବର୍ଷା ସର୍ଜନାର ଋତୁ ଓଡ଼ିଆ ସାହିତ୍ୟ ରେ ବର୍ଷାକୁ ନେଇ ଅନେକ କାବ୍ୟ କବିତା ରଚନା କରାଯାଇଛି l ପ୍ରାଚୀନ ଯୁଗରୁ ଅଦ୍ୟାବଧି ବର୍ଷା ଭାବନା କବିକୁ ସ୍ପନ୍ଦିତ କରିଚାଲିଛି ବୋଲି ରବିବାର ଧ୍ୟାନକୁଦ ପୀଠରେ ଆୟୋଜିତ ବିରିଡି ବ୍ଲକ ଦଳାଇଘାଇ ସ୍ଥିତ ଆଷାଢ଼ ସାହିତ୍ୟ ସଂସଦର 33ତମ ବର୍ଷା ମିଳନ ଉଚ୍ଛବରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l

ସଂସଦର ଉପସଭାପତି କାଦମ୍ବିନୀ ପରିଜା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାକୁ ଧ୍ୟାନକୁଦ ପୀଠର ପିଠାଧୀସ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ l ସେ କହିଲେ ସାହିତ୍ୟ ହିଁ ସତ୍ୟ ଓ ସାଧନାର ପଥପ୍ରଦର୍ଷକ l ବରେଣ୍ୟ ଅଥିତି ଭାବେ ସାହିତ୍ୟିକ ପରମାନନ୍ଦ ମିଶ୍ର, ଦୁର୍ଯ୍ୟଧନ ମହାନ୍ତି, ଗୀତି କବି ବାବାଜୀ ଚରଣ ଜେନା, ସାହିତ୍ୟିକl ଡ଼ଃ ଆରତୀ ତ୍ରିପାଠୀ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ରଖିଥିଲେ l

ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ସଂସଦର ସଭାପତି କବି ପିତାମ୍ବର ମହାପାତ୍ର, ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦିକା କୁନ୍ତଳା ମହାପାତ୍ର, ବେଦପାଠ କରିଥିଲେ ପଣ୍ଡିତ ଗୁରୁ ପ୍ରସାଦ ରଥ, ସଂଯୋଜନା କରିଥିଲେ ଯୁବକବି ସୌମେନ୍ଦ୍ର ମହାପାତ୍ର, ଏହି ପରିପ୍ରେକ୍ଷୀରେ ଶଙ୍କର ଚରଣ ସାହୁ ଙ୍କୁ ନାରାୟଣ ପଣ୍ଡା ଶିକ୍ଷା ସମ୍ମାନ, ପ୍ରଶନ କୁମାର ପଣ୍ଡାଙ୍କୁ ଅଲେଖ ଚନ୍ଦ୍ର ପରିଜା ଶିକ୍ଷା ସମ୍ମାନ, ଧିରେନ ଦାଶ ଙ୍କୁ ଖିରୋଦ ଚନ୍ଦ୍ର ଶତପଥୀ ସମବାୟ ସମ୍ମାନ,

ଅଶୋକ ପାତ୍ର ଙ୍କୁ କୈଳାଶ ନାଥ ଦୀକ୍ଷିତ ସେବା ସମ୍ମାନ, ତ୍ରିଲୋଚନ ଦାସ ଙ୍କୁ ବୀରବର ଦାଶ ଭକ୍ତି କବିତା ସମ୍ମାନ, ଗଣେଷ ଚନ୍ଦ୍ର ସ୍ୱାଇଁ ଙ୍କୁ ରାଧାନାଥ ଶତପଥୀ ସେବା ସମ୍ମାନ, ବିରେଶ ପଣ୍ଡା ଙ୍କୁ ମାୟାଧର କର ସମବାୟ ସମ୍ମାନ, ସୁଶ୍ରୀ ବସୁମତୀ ଶତପଥୀ ଙ୍କୁ କୁଞ୍ଜ ଲତା ପଣ୍ଡା ଶିକ୍ଷା ସମ୍ମାନ ପ୍ରଦାନ କରାଯାଇ ଥିଲା l ଏହି ଅବସରରେ ବହୁ କବି କବୟିତ୍ରୀ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରି ଥିଲେ l ଶେଷରେ ଉମାକାନ୍ତ ରଥ ଧନ୍ୟବାଦ ଦେଇଥିଲେ l

Exit mobile version