ଓଜେଇଇ ପକ୍ଷରୁ ଅନ୍‍ଲାଇନ୍‍ ପରୀକ୍ଷା କେନ୍ଦ୍ର ମନୋନୟନ କରାଯାଇ ଥିବା ବେଳେ ଗୁରୁବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି ପାଇଛି

ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟର ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ଝାଡ଼ଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର କଲକାତା ଏବଂ ବିହାର ରାଜ୍ୟର ପାଟଣା ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ତେବେ ଚଳିତ ବର୍ଷ କରୋନା ମହାମାରୀକୁ ଲକ୍ଷ୍ୟ ରଖି ବାହାର ରାଜ୍ୟରେ ପରୀକ୍ଷା କେନ୍ଦ୍ର କରାଯାଇଛି ।

ଏସବୁ ରାଜ୍ୟର ପରୀକ୍ଷାର୍ଥୀ ଯେପରି ରାଜ୍ୟକୁ ନଆସିବେ ସେଥିପାଇଁ ବାହାର ରାଜ୍ୟରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ରାଜ୍ୟରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଅପରପକ୍ଷରେ ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଏବଂ ଫୁଲବାଣୀ ସହରରେ ନୂଆ କରି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଚଳିତ ମାସ ୧୩ ତାରିଖ ଅପରାହ୍ଣ ୫ଟାରୁ ୧୬ ତାରିଖ ପୂର୍ବାହ୍ନ ୧୧.୫୯ମିନିଟ୍‍ ମଧ୍ୟରେ ପରିବର୍ତ୍ତନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Exit mobile version