
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି I ମାଳତୀ ବସ ନମ୍ବର OR-12-C- 2142 ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା I ଗାଇ ଷଣ୍ଢ ଲଢେଇ ହୋଇ ଦୁଇ ଗୋଟି ଗୋରୁ ହଠାତ ରାସ୍ତା ଉପରକୁ ଉଠିଆସିଥିଲେ I

