ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନୂତନ ପୋଷାକ ମିଳିବ କେବେ ?  ସରକାର ଭୁଲିଗଲେ କୀ ?  

୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ରାଜ୍ୟ ସରକାର ଙ୍କ ଅଧିନସ୍ତ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ରେ ଅଧୟନ କରୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ଓ ଜୋତା ମୋଜା ଆଦି ମିଳିବ କେବେ ? ସରକାରୀ ନିୟମ ଅନୁଯାୟୀ ଜୁଲାଇ ୩୦ ତାରିଖ ସୁଦ୍ଧା ପୋଷାକ ବିତରଣ କରିବାକୁ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଏହି ସମୟ ମଧ୍ୟରେ ପୋଷାକ ବଣ୍ଟନ କରିବାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅସମର୍ଥ ହୋଇଛି । ଏହାପରେ ଅଗଷ୍ଟ ୧୫ ତାରିଖ ପୂର୍ବରୁ ପୋଷାକ ବଣ୍ଟନ କରାଯିବ ଏବଂ ନୂତନ ପୋଷାକ ପିନ୍ଧି ଛାତ୍ରଛା ଛାତ୍ରୀମାନେ ସ୍ଵାଧୀନତା ଦିବସ ପାଳନ କରିବେ ବୋଲି ଅନୌପଚାରିକ ଭାବେ କୁହାଗଲା । ଦ୍ବିତୀୟ ଥର ମଧ୍ୟ ବିଭାଗ ଫେଲ୍ ହୋଇଛି ।

ବାରମ୍ବାର ତାରିଖ ବଦଳାଉଥ‌ିବା ଗଣଶିକ୍ଷା ବିଭାଗ କେବେ ନୂତନ ପୋଷାକ ବିତରଣ କରିବ ସେ ନେଇ ପ୍ରଶ୍ନ ଉଠିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୋଷାକ ରଙ୍ଗ ଓ ପରିପାଟୀ ପରିବର୍ତ୍ତନ ପାଇଁ ସରକାର ବିଚାର କରୁଥିବା କଥା ଗଣମାଧ୍ୟମକୁ କହିଲେ । ପୂର୍ବରୁ ପୋଷାକ ପ୍ରସ୍ତୁତ କରିସାରିଥିବାରୁ ବ୍ୟାପକ କ୍ଷତି ସହିବେ ବୋଲି ବ୍ୟବସାୟୀମାନେ ଦର୍ଶାଇଥିଲେ । ଫଳରେ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବ ବୋଲି ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ (ଡିଇଓ) ଏବଂ ସମଗ୍ର ଶିକ୍ଷାର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଅବଗତ କରାଗଲା। ଛାତ୍ରଛାତ୍ରୀଙ୍କୁ ତ୍ରୀଙ୍କୁ ସଠିକ୍ ସଠିକ୍ ମାପରେ ପୋଷାକ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଗଲା ।

ଏଥିପାଇଁ ସମଗ୍ର ଶିକ୍ଷା ଯୋଜନା ଓ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଅର୍ଥ ପ୍ରଦାନ କରାଯିବ ବୋଲି ମଧ୍ଯ ଦର୍ଶାଯାଇଥିଲା। ପୋଷାକର ମାନ ଓ ଗୁଣବତ୍ତା ଯାଞ୍ଚ କରିବା ସହ କେଉଁ ଦୋକାନୀଙ୍କ ଠାରୁ କିଣାଯିବ ସେନେଇ ବିଦ୍ୟାଳୟ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ମଧ୍ୟ କୁହାଯାଇଥିଲା । ହେଲେ ଏ ଯାଏଁ ଅଧିକାଂଶ ସ୍ଥାନରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ହୋଇନାହିଁ । କମିଟି ନିଷ୍ପଭି ନେବା ପରେ ପୋଷାକ ବିତରଣ କରିବାକୁ ଆହୁରି ମାସେ ଲାଗିବ ବୋଲି ଜଣେ ପ୍ରଧାନ ଶିକ୍ଷକ କହିଛନ୍ତି । କାରଣ କେଉଁ ଦୋକାନୀଙ୍କ ଠାରୁ କିଣାଯିବ,ତାହା ଚୂଡାନ୍ତ ହେଲେ ପୋଷାକର – ନମୁନା ଡିଇଓଙ୍କୁ ପଠାଯିବ । ସେଠାରୁ ଅନୁମୋଦନ ପାଇବା ପରେ ସମ୍ପୃକ୍ତ ଦୋକାନୀଙ୍କ ସହ ବିଦ୍ୟାଳୟ ଚୁକ୍ତି କରିବ । ଏହାପରେ ସମସ୍ତ ପାଇବେ ଏହା ଅନ୍ୟୁନ ମାସେ ମଧ୍ୟରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ସେହିପରି ଯଦି ସ୍ୱୟଂ ଗୋଷ୍ଠୀମାନଙ୍କୁ ପୋଷାକ ପାଇଁ ଚୟନ କରାଯାଏ, ଛାତ୍ର ଛାତ୍ରୀଙ୍କ ମାପ ନେଇ ପୋଷାକ ଯୋଗାଇବେ ତାହେଲେ ଏହା ଆହୁରି ବିଳମ୍ବ ହେବ। କାରଣ ଏସବୁ ପ୍ରକ୍ରିୟା ପରେ ପିଲାଙ୍କ ମାପ ନେଇ ସମସ୍ତ ପୋଷାକ ସିଲେଇ କରିବା ବିଳମ୍ବ ହେବ । ଫଳରେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପୋଷାକ ବିତରଣ ସରିବା ନେଇ ସନ୍ଦେହ ହେଉଛି l ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ପୃଥକ ଥିବା ସତ୍ତ୍ୱେ ଉକ୍ତ ବିଦ୍ୟାଳୟ ରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟ ଜୋତା ମୋଜା ପୋଷାକ ପାଇଁ ଅର୍ଥ ପ୍ରଦାନ କରାଯାଇନାହିଁ l ଏଥିପାଇଁ ଅବିଭାବକ ଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି l

Exit mobile version