Home ଓଡ଼ିଶା ତତ୍କାଳୀନ ସରକାରଙ୍କ ଦ୍ଵାରା ଉଛେଦ ଗୋପର ଉଠାଦୋକାନୀ ଙ୍କ ଦୁଃଖ ବୁଝିବ କିଏ ? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ନବୀନ ସରକାର ଭାଙ୍ଗିଲେ ମୋହନ ସରକାର ଯୋଡ଼ିବେ ତ ? ୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ରିଖରେ ଗୋପ ରେ ଏକ ମାର୍କେଟ କପ୍ଲେକ୍ସ ପରିବର୍ତ୍ତେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଉଛେଦ ପ୍ରକ୍ରିୟା ସମୟରେ ପ୍ରଶାସନିକ ଅଧିକାରୀ ଓ ଉଠା ଦୋକାନୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲେ l ସେତେବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିଜର୍ବ ପୋଲିସ ଫୋର୍ସ ମୃତୟନ କରାଯାଇଛି l ଦୋକାନ ଘର ଭଙ୍ଗା ସମୟରେ ବିଭାଗୀୟ ଅଧିକାରୀଙ୍କ ପକ୍ଷପାତତା ଯୋଗୁଁ ଉଛେଦ ପ୍ରକ୍ରିୟା ରେ ବାଧା ମଧ୍ୟ ସୃଷ୍ଟି ହୋଇଥିଲା l ଶତାଧିକ ଦୋକାନୀମାନେ ଜୀବିକା ହରାଇଛନ୍ତି ତତ୍କାଳୀନ ସରକାର ଙ୍କ ସମୟରେ କିନ୍ତୁ ବର୍ତମାନ ର ମୋହନ ସରକାର ଗୋପ ବଜାରରେ ଜୀବନ ଜୀବିକା ହରାଇଥିବା ବ୍ୟକ୍ତି ବିଶେଷ ଙ୍କୁ ଥଇଥାନ କରିବାକୁ କେବେ ପ୍ରୟାସ ଆରମ୍ଭ କରୁଛନ୍ତି ତାହା ଦେଖିବାର ଅଛି l ଉଛେଦ ହେବା ପ୍ରାୟ ଦୁଇ ବର୍ଷ ବିତିଯାଉଥିଲେ ମଧ୍ୟ ଜୀବନ ଜୀବିକା ହରାଇଥିବା 50 ରୁ ଉର୍ଦ୍ଧ ଉଠା ଦୋକାନୀ ଏବଂ ଚାରିଜଣ ଭୂମିହୀନ ଙ୍କୁ ମଧ୍ୟ ସେଠାରୁ ଉଛେଦ କରାଯାଇଥିଲା l ସେ ସମୟର ତତ୍କାଳୀନ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ସମୟରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା l ଦୁଃଖ ଓ ପରିତାପର ବିଷୟ ହେଲା ଗୋପ ବଜାର ଉଛେଦ ସମୟରେ ଯେଉଁଭଳି ମିଥ୍ୟା ପ୍ରଲୋଭନ ଓ ମିଛ ପ୍ରତିଶୃତି ଦେଇ ବାସହାର ହୋଇଥିଲେ ଆଜି ବି ଜୀବନ ଜୀବିକା ରୁ ବଞ୍ଚିତ ଅଛନ୍ତି l ସେମାନଙ୍କ ମଧ୍ୟ ଅଧିକାଂଶ ବ୍ୟକ୍ତି ବିଶେଷ ଓଡିଶା ବାହାର କୁ ଯାଇ ଦାଦନ ଖଟୁଥିବାବେଳେ କିଛି ମଧ୍ୟ ଚିନ୍ତାରେ ସ୍ୱର୍ଗବାସ ହୋଇସାରିଲେଣି l ଦୀର୍ଘ 50 ବର୍ଷ ରୁ ଉର୍ଦ୍ଧ ହେବ ଏଠାରେ ଲୋକମାନେ ନିଜ ପରିବାର ର ଭରଣ ପୋଷଣ କରି ଏହି ବଜାର ଉପରେ ଦୋକାନ କରି ଚଳୁଥିଲେ l ପୂର୍ବରୁ ଅନେକ ବାତ୍ୟା ବନ୍ୟା ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ କରୋନା ରେ ଅଣ୍ଟା ଭାଙ୍ଗି ଥିଲେ ମଧ୍ୟ ସଙ୍ଘର୍ଷ କରିବା ଛାଡ଼ିନଥିଲେ କିନ୍ତୁ ଏଥର ସମ୍ପୂର୍ଣ୍ଣ ସ୍ଥାନ ଓ ଜୀବିକା ହରାଇବାକୁ ପଡିଥିବାରୁ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି l ଗୋପ ରେ ଏକ ବୃହତ ମାର୍କେଟ କମ୍ପ୍ଲେସ ର ଆବଶ୍ୟକତା ରହିଥିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ୩ ଥର ଶିଳାନ୍ୟାସ କରିଥିବାର ନଜିର ରହିଛି l କିନ୍ତୁ ଅନାବଶ୍ୟକ ସ୍ଥଳେ ଗୋପ ରେ ଗୋଟେ ବସ ଷ୍ଟାଣ୍ଡ ନିର୍ମାଣ କରିବା କାହା ସ୍ୱାର୍ଥ ଥାଇପାରେ ବୋଲି ସାଧାରଣ ଚର୍ଚ୍ଚା ଜୋର ଧରିଥିଲା l ଗୋପ କୁ ଦୀର୍ଘ ବର୍ଷଧରି ସବୁ କ୍ଷେତ୍ରରେ ଉଦ୍ୟସମୂଳକ ଭାବେ ଅଣଦେଖା କରାଯାଉଅଛି l ସେଥିପାଇଁ ଗୋପ ର ଉର୍ନ୍ନତି କଥା କୌଣସି ଲୋକ ପ୍ରତିନିଧି ଚିନ୍ତା କରୁନାହାନ୍ତି ବୋଲି ଗୋପ ର ବୁଦ୍ଧିଜୀବୀ ଙ୍କ ମହଲରେ ଅଭିଯୋଗ ହେଉଛି l ଆଗାମୀ ଦୁର୍ଗା ପୂଜା ପୂର୍ବରୁ ଗୋପ କୁ ଟ୍ରାଫିକ ମୁକ୍ତ କରିବାର ଯଦି ଅଛି ତେବେ ତୁରନ୍ତ ଗୋପ ରୁ ଜବର ଦଖଲକାରୀ ଙ୍କୁ ତୁରନ୍ତ ଉଛେଦ କରୀ ଉଠା ଦୋକାନୀ ଙ୍କୁ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ରେ ଗୋଟେ ଗୋଟେ ଘର ହସ୍ତାନ୍ତର କରିବାକୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଓ ସଚେତନ ନାଗରିକ ମଞ୍ଚର ଗୋପ ଶାଖାର ସଭାପତି ଙ୍କ ଦାବୀ କରିଛନ୍ତି l କୋଣାର୍କ ଏକ ପୃଥିବୀ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ରୁ ସେଠାକୁ ଭୁବନେଶ୍ୱର ରୁ ପିପିଲି ଦେଇ ନିମାପଡା ଓ ଗୋପ ବଜାର ଅତିକ୍ରମ କରୀ କୋଣାର୍କ ଯିବାକୁ ପଡିଥାଏ l ଆଉ ଏଥିପାଇଁ ମଝିରେ ମଝିରେ ଟ୍ରାଫିକ ଜାମ ହେଉଥିବାରୁ ଅନେକ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି l ଅଧିକାଂଶ ସରକାରୀ ଜମି କୁ କିଛି ବ୍ୟକ୍ତି ବିଶେଷ ନିଜ ଅକ୍ତିୟାର ରେ ରଖିଥିବାରୁ କୌଣସି ଉର୍ଣ୍ଣୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ l ବାଇପାସ ପାଇଁ ପୂର୍ବରୁ ସମସ୍ତ ଯୋଜନା ହୋଇଥିବା ସତ୍ତ୍ୱେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହେବା ପଛରେ କାହାର ହାତ ଥାଇପାରେ…. l ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ନଥିବା ହେତୁ ଦୈନିକ ଚୋଟ ବଡ଼ ଦୃଘଟଣା ଘଟୁଛି ଏଣୁ ତୁରନ୍ତ ରାସ୍ତା କୁ ସଂସପ୍ରସାରଣ କରିବା ସହିତ ଉଭୟ ପାର୍ଶ୍ଵ ରେ ବର୍ଷ ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ର ବ୍ୟବସ୍ତା କରାଇବାକୁ ମଧ୍ୟ ଦାବୀ ହେଉଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026