୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶୁକ୍ରବାର ସନ୍ଧ୍ୟା ରେ ବଡଦାଣ୍ଡ ବଡଶଙ୍ଖ ଠାରେ ଭି -ମାର୍ଟ ସପିଙ୍ଗ ମଲ ନୂଆ ଖୋଲିଥିଲା l ମଲ ର ଗ୍ରାଉଣ୍ଡ ଫ୍ଲୋର ରେ ପାର୍କିଙ୍ଗ ବ୍ୟବସ୍ଥା ନ ଥିବାରୁ ଗ୍ରାହକ ଓ ଦର୍ଶକ ପ୍ରାୟ ଚାଳିଶ ଫୁଟ ପର୍ଯ୍ୟନ୍ତ ବଡଦାଣ୍ଡ ଉପରେ ବାଇକ, କାର, ସାଇକେଲ, ରିକ୍ସା ରଖିବା ଯୋଗୁଁ ବଡଦାଣ୍ଡ ଜାମ ଅବସ୍ଥା କୁ ଚାଲିଯାଇଥିଲା l

ଉଠା ଦୋକାନୀ ପସରା ପକାଇଲେ ରାସ୍ତା ଜାମ ହେଉଛି କହି ପୋଲିସ ବାରଣ କରୁଛି lତେବେ ଦୀର୍ଘ ସମୟ ଧରି ଗହଳି ଲାଗିଥିଲେ ମଧ୍ୟ ପୋଲିସ ର ଦେଖା ମିଳି ନ ଥିଲା ବୋଲି ପାଖ ଦୋକାନୀମାନେ କହୁଥିଲେ l ମଲ ସମ୍ମୁଖ ଡ୍ରେନ ଉପରେ ଜଣେ ସେଲିବ୍ରିଟ ଅଙ୍କରିଂ କରୁଥିବାରୁ ବାହାରେ ଅଧିକ ଗହଳି ଲାଗିରହିଥିଲା l
ବଡଦାଣ୍ଡ ରେ ପ୍ରାୟ ବାରଟି ମଲ ର ନିଜସ୍ୱ ପାର୍କିଙ୍ଗ ବ୍ୟବସ୍ଥା ନ ଥାଇ ବେପାର ଚାଲିଥିବା ଅଭିଯୋଗ ହେଉଛି l ପାର୍କିଙ୍ଗ ନ ଥାଇ ପିକେଡିଏ କିପରି ଅନୁମତି ଦେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି | ଅଗ୍ନି ସୁରକ୍ଷା ଅଛି କୀ ନାହିଁ ତାକୁ ଯାଞ୍ଚ କରାଯାଉ l ପ୍ରଥମ ଦିନ ଜିନିଷ କିଣିଲେ କିଛି ଫ୍ରୀ ବ୍ୟବସ୍ଥା ଥିବାରୁ ଅଧିକ ପରିବାର ମଲ କୁ ଯାଉଥିବା ଦେଖିବାକୁ ମିଳିଥିଲା l ମଲ ରୁ ଫେରୁଥିବା ଜୈନିକ ବୃଦ୍ଧ କହୁଥିଲେ -ଘୋଡା କିଣିଲେ ଘାସ ଫ୍ରୀ…
