Home ଓଡ଼ିଶା ପାରଳା ମୁନିସିପାଲିଟିକୁ ଉନ୍ନତ ଓ ବିକାଶମୁଖୀ ଭାବେ ଗଠନ କରାଯିବ : ସ୍ୱାୟତ୍ତ ଶାସନ ଦିବସରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2024 ଅବସରରେ ପାରଳାଖେମୁଣ୍ଡି ମୁନିସିପାଲିଟି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. ଆଜି ସକାଳ ସମୟରେ ପାରଳାର ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସମେତ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ପରେ ପାରଳା ମୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ପୌରାଧ୍ୟକ୍ଷା ନିର୍ମଳା ସେଠୀ ଜାତୀୟ ପତାକା ଉତ୍ତୋଳନ କରି ତାଙ୍କ ସମୟରେ ଜନ ସାଧାରଣଙ୍କ ହିତ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ ପାରଳା ମୁନିସିପାଲିଟିକୁ ଏକ ବିକାଶମୁଖୀ ମୁନିସିପାଲିଟି ରୂପେ ଗଢି ତୋଳିବା ପାଇଁ ଆହୁରି ଅନେକ ଲୋକ ହିତକର କାର୍ଯ୍ୟକ୍ରମ ଗୁଡିକୁ ହାତକୁ ନିଆଯାଇଛି ବୋଲି କହିଥିଲେ. ସକାଳ 9 ଘଣ୍ଟା ସମୟରେ ସ୍ଥାନୀୟ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟା ଯାଇଥିଲା. ଏହି କାର୍ଯ୍ୟକ୍ରମରେ ଉପାଧକ୍ଷ ଲେଙ୍କା ମଧୁ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଣ୍ଡା, ପାରଳା ମୁନିସିପାଲିଟିର ନିର୍ବାଚିତ ସଭ୍ୟ ଓ ସଭ୍ୟାମାନଙ୍କ ସହ ମୁନିସିପାଲିଟିର ସମସ୍ତ କର୍ମଚାରୀ ଏବଂ ପାରଳା ସହରର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ. ଆଜି ସନ୍ଧ୍ୟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାରଳାଖେମୁଣ୍ଡି ମୁନିସିପାଲିଟିର ସ୍ୱାୟତ୍ତ ଶାସନ ଦିବସ ଉଦ୍ଦେଶ୍ୟରେ ସାଧାରଣ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସ୍ଥିରିକୃତ ହୋଇଛି. Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026