ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ପାରଳାଖେମୁଣ୍ଡି :- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ୭ଟିବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ ବୃକ୍ଷ ରୋପଣ ଓ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ଏହି ଅବସରରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବ୍ଳକରେ ସ୍ୱଚ୍ଛ ଭାରତ, ସବୁଜ ଭାରତ ଉପଲକ୍ଷେ ସଫେଇ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ କରୋନା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟାଜନ କରାଯାଉଛି ।

ଏହି ଉପଲକ୍ଷେ ମୋହନା ବ୍ଳକର କ୍ରିଷ୍ଟପୁର ଗ୍ରାମରେ ସାଧୁସେବା ସ୍କାନ ୟୁଥ କ୍ଲବର ସଦସ୍ୟମାନେ ମିଳିତ ହୋଇ ସାହିରେ ଘର ଘର ବୁଲି ସଚେତନତା ସୃଷ୍ଟି କରିବା ସହ ପ୍ରଚାରପତ୍ର ମଧ୍ୟ ବଣ୍ଟନ କରିଥିଲେ । ସେମାନଙ୍କୁ କରୋନା ଭଳି ମହାମାରୀ ରୋଗରୁ କିପରି ନିଜକୁ ଦୂରେଇ ରଖି ପାରିବେ ତାକୁ ନେଇ ସଚେତନତା କରାଯାଇଥିଲା । ଠିକ ସେହି ପରି ଗୁମ୍ମା ବ୍ଳକର ଝାମି ଗ୍ରାମରେ ୟୁଥ କ୍ଲବ ତୁମଳର ସଦସ୍ୟ ମାନଙ୍କ ଦ୍ୱାରା ସଫେଇ ସହ ବୃକ୍ଷରୋପଣ କରାଯାଇଥିଲା ଏହି ସବୁ କାର୍ଯ୍ୟକ୍ରମ ରେ ସାମାଜିକ ଦୂରତା ବଜାୟ ରଖି ବହୁ ଗ୍ରାମ ବାସୀ ଯୋଗ ଦେଇଥିଲେ । ( ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version