୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ସରକାର ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରକୁ ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହା ଉପରେ ସରକାରଙ୍କ ଗୁରୁତ୍ୱ ବଜାୟ ରହିବ । ଏହି କ୍ଷେତ୍ର ଲାଗି ବିଭିନ୍ନ ପ୍ରକାର ସୁବିଧାସୁଯୋଗ ରହିଛି ଯାହାକୁ ନିବେଶକମାନେ ହାସଲ କରିପାରିବେ ବୋଲି ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତି କହିଛନ୍ତି । ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ଜନତା ମଇଦାନଠାରେ ଆୟୋଜନ କରାଯାଇଥିବା ତିନିଦିନିଆ ଗ୍ଲୋବାଲ୍ ଟ୍ରେଡ୍ ସୋ’ ‘ରିସର୍ଜେଂଟ୍ ଓଡ଼ିଶା ୨୦୨୪’ର ଦ୍ୱିତୀୟ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ଆଲୋଚନା କରିବା ଅବସରରେ ଶ୍ରୀ ମହାନ୍ତି ଏହି ସୂଚନା ଦେଇଛନ୍ତି ।

