୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବଣ୍ଡା ଆଦିମ ଜନଜାତିର ପ୍ରଥମ ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ରାଜ୍ୟପାଳ ରଘୁବର ଦାସ ସମ୍ବର୍ଦ୍ଧିତ କରିଛନ୍ତି । ୩୦.୮.୨୦୨୪ ରିଖ ଶୁକ୍ରବାର ସନ୍ଧ୍ୟାରେ ରାଜଭବନଠାରେ ରାଜ୍ୟପାଳ ଶ୍ରୀ ଦାସ କୃତୀ ଛାତ୍ର ମଙ୍ଗଳାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ଏବଂ ମଙ୍ଗଳାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ମଙ୍ଗଳାଙ୍କ ସହିତ କଥାବାର୍ତା ବେଳେ ତାଙ୍କର ବାପା, ମାଆ, ପରିବାର, ଚଳଣି ଏବଂ ଶିକ୍ଷା ସଂପର୍କରେ ରାଜ୍ୟପାଳ ପଚାରି ବୁଝିଥିଲେ ।

