Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଗଜପତି ଜିଲ୍ଲାର ସମସ୍ତ କ୍ରୀଡ଼ା ଶିକ୍ଷକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ କ୍ରୀଡ଼ା ଶିକ୍ଷକଙ୍କୁ ନିଜେ କେମିତି ଫିଟ୍ ରହି ଅନ୍ୟମାନଙ୍କୁ କିପରି ପ୍ରେରଣା ଦେବେ ସେଥି ପ୍ରତି ଧ୍ୟାନ ଦେଇ ନିୟମିତ ଯୋଗ ଓ ପ୍ରାଣାୟାମ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଏହି ଅବସରରେ ମହାନ୍ ହକି ତାରକା ଧ୍ୟାନଚାନ୍ଦଙ୍କୁ ସ୍ମରଣ କରି ସମସ୍ତ କ୍ରୀଡ଼ାର ଉନ୍ନତି ନିମନ୍ତେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ, ପତଞ୍ଜଳୀ ଯୋଗ ଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଆମ ଜିଲ୍ଲା ଖେଳାଳୀ ମାନଙ୍କ ଦକ୍ଷତାର ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଉତ୍ତମ ପ୍ରଦର୍ଶକାରୀ କ୍ରିଡ଼ା ପ୍ରତିଭା ତଥା ଅନ୍ତର୍ଜାତୀୟ କ୍ରୀଡାବିତ୍ କିଶୋର ଚନ୍ଦ୍ର ରଥଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ପାତ୍ର ସମେତ କ୍ରୀଡ଼ା ଶିକ୍ଷକ ଲିଙ୍ଗରାଜ ସାହୁ, କିଶୋର ସାମଲ ଓ ଧିରେନ୍ ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ପରିଚାଳନା କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026