Home ଓଡ଼ିଶା ବେଆଇନ ମଦ ବିକ୍ରିକୁ ବିରୋଧ କରି ୨୦ ହଜାର ଟଙ୍କାର ମଦବୋତଲ ଭାଙ୍ଗିଲେ ମହିଳା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାରେ ଅବକାରୀ ବିଭାଗ ସମ୍ପୂର୍ଣ ଭାବେ ନିଷ୍କ୍ରିୟ ହୋଇପଡିଛି. ସମଗ୍ର ଜିଲ୍ଲାରେ ଅନେକ ସ୍ଥାନରେ ଦେଶୀ ମଦ ଭାଟି ଦ୍ୱାରା ଚୋରାରେ ଦେଶୀ ମଦ ପ୍ରସ୍ତୁତ କରି ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ଗୁମ୍ମା, କାଶୀନଗର, ଗୋଷଣୀ, ରାୟଗଡ, ନୂଆଗଡ, ଆର. ଉଦୟଗିରି ଓ ମୋହନା ବ୍ଲକର ଶତାଧିକ ସ୍ଥାନରେ ଚୋରା ଦେଶୀ ମଦ ବିକ୍ରୟ ଚାଲିଛି. ଏଥିସହ ଜିଲ୍ଲାର ଅନେକ ସ୍ଥାନରେ ନକଲି ବିଦେଶୀ ମଦକୁ ମଧ୍ୟ ଚୋରା କାଉଣ୍ଟର ଦ୍ୱାରା ବିକ୍ରି ଚାଲିଛି. ଗଜପତି ଜିଲ୍ଲାର ମୋହନା ବ୍ଲକରେ ମହିଳାମାନେ ଚୋରା ବିଦେଶୀ ଓ ଦେଶୀ ମଦ ବିକ୍ରି ଯୋଗୁଁ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବା ସହ ପରିବାରରେ ଅଶାନ୍ତି ଏବଂ ନକଲି ଓ ବିଷାକ୍ତ ମଦ ପାନ କରି ଅଳ୍ପ ବୟସରେ ଲୋକଙ୍କୁ ମୃତ୍ୟୁ ହେଉଥିବା ନେଇ ଏଭଳି ନକଲି ଚୋରା ମଦ କାରବାରକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ବାରମ୍ବାର ତାଗିଦ କରିଥିଲେ. ହେଲେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ବ୍ୟବସାୟୀ ନାଲି ଆଖି ଦେଖାଇବା ସହ ମହିଳାମାନଙ୍କୁ ପରୋକ୍ଷରେ ଧମକ ଦେବା ଘଟଣା ନେଇ ସମସ୍ତ ମହିଳା ଏକତ୍ରିତ ହୋଇ ସମ୍ପୃକ୍ତ ଚୋରା ମଦ ବ୍ୟବସାୟୀଙ୍କୁ ଚଢ଼ାଉ କରିଥିଲେ. ଏଥିରେ ମହିଳାମାନେ ମଦ ବ୍ୟବସାୟଙ୍କ ବେଆଇନ ଭାବେ ଗଛିତ ଥିବା 20 ହଜାର ଟଙ୍କାରୁ ଉର୍ଦ୍ଧ ବିଦେଶୀ ମଦ ବୋତଲ ଭାଙ୍ଗିବା ସହ ଦେଶୀ ମଦକୁ ମଧ୍ୟ ନଷ୍ଟ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ମୋହନା ଥାନା ଅନ୍ତର୍ଗତ ବାଲିପଙ୍କର ଖାରିସାହି ଠାରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ସେହି ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଚଢ଼ାଉ କରିଛନ୍ତି । ମଦ ବେପାରୀ ପ୍ରଶାନ୍ତ ଗିରିଙ୍କୁ ବାଲିପଙ୍କ ଗ୍ରାମର ମହିଳାଗୋଷ୍ଠୀ ଏଥିରୁ ନିବୃତ୍ତ ହେବା ପାଇଁ ବହୁ ପୂର୍ବରୁ ତାଗିଦ କରିବା ସହ ଅବକାରୀ ବିଭାଗକୁ ମଧ୍ୟ ଜଣାଇଥିଲେ. ହେଲେ ଅବକାରୀ ବିଭାଗ କୌଣସି ପଦକ୍ଷେପ ନ ନେବା ଯୋଗୁଁ ପ୍ରଶାନ୍ତ ବେଫିକର ଭାବେ ଉଭୟ ମଦ ବିକ୍ରି କରୁଥିଲେ | ଏହାର ପ୍ରତିବାଦରେ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ବୈଠକ କରିଥିଲେ | ସୋମବାର ସନ୍ଧ୍ୟାରେ ପ୍ରଶାନ୍ତଙ୍କ ନିକଟକୁ ଯାଇ ମଦ ବିକ୍ରି ନ କରିବା ପାଇଁ ପୁଣି ଅନୁରୋଧ କରିଥିଲେ । ହେଲେ ପ୍ରଶାନ୍ତ ମହିଳାମାନଙ୍କୁ ନାଲି ଆଖ୍ ଦେଖାଇ ‘ତୁମେମାନେ ମୋର କିଛି କରିପାରିବ ନାହିଁ ଏବଂ ଗୋଟିଏ ମଦବୋତଲ ମଧ୍ଯ ଫୋପାଡ଼ିବାକୁ ଦେବିନାହିଁ ବୋଲି କହି ଧମକଚମକ ଦେଇଥିଲେ । ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବାରୁ ଶତାଧିକ ମହିଳା ଉତକ୍ଷିପ୍ତ ହୋଇ ପ୍ରଶାନ୍ତ କରିଥିବା ମଦ ଅବାଧ ଦୋକାନରେ ଥୂବା ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମଦ ବୋତଲ ସହ ଦେଶୀ ମଦ ଗୁଡିକୁ ରାସ୍ତା ଉପରେ ଆଣି ଫୋପାଡ଼ି ଭାଙ୍ଗି ଦେଇଥିଲେ । ମହିଳାମାନଙ୍କ ଉଗ୍ର ରୂପ ଦେଖ୍ ପ୍ରଶାନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ I ପରେ ମହିଳାମାନେ ଅଡ଼ି ବସିବାରୁ ପୋଲିସ ଓ ଅବକାରି ବିଭାଗ ମିଳିତ ଭାବେ ଚୋରା ମଦ ବେପାରୀ ପ୍ରଶାନ୍ତକୁ ଖୋଜି ଆଣି ଗିରଫ କରିଥିଲେ. ମହିଳାମାନେ ସମ୍ପୃକ୍ତ ଘଟଣା ନେଇ କହିଛନ୍ତି ଅବକାରୀ ବିଭାଗକୁ. ଘଟଣା ନେଇ ଜଣେଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଚୋରା ମଦ ବ୍ୟବସାୟକୁ ସାଥ ଦେଇ ଆସୁଥିଲେ. ଅବକାରୀ ବିଭାଗର ଏଭଳି କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ମହିଳାମାନେ ଦାବି କରିଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026