Home ଓଡ଼ିଶା ଗୁରୁଙ୍କ ନାମରେ ଲାଗିଲା କଙ୍କକ : ଛାତ୍ରୀ ଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କୋଚିଂ ସେଣ୍ଟରକୁ ଆଣିବା ପରିବର୍ତ୍ତେ କୌଣସି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଶମୋବାଇଲରେ ଅଶାଳୀନ ଭିଡିଓ ଦେଖାଇବା ସହ ତାଙ୍କ ସହିତ ଅସଦାଚରଣ କରିଥିଲେ । ୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଗୁରୁ ଶିଷ୍ୟ ପରଂପରା ରେ ରାଗିଛି କଳାଦାଗ । ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଅସଦାଚରଣର ଶିକାର ହେଉଛନ୍ତି ଛାତ୍ରୀ । ଶିକ୍ଷାଲାଭ ପାଇଁ ଆସୁଥିବା କୋମଳମତୀ ଛାତ୍ରୀଙ୍କ ପ୍ରତି କରାଯାଉଛି ଦୁବ୍ୟବହାର । ଦଶପଲ୍ଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ମାଳମାଳ କୋଚିଂ ସେଣ୍ଟର ଖୋଲୁଥିବା ବେଳେ ଏଥିପ୍ରତି ସରକାରଙ୍କ ପକ୍ଷରୁ କୌଣସି କଟକଣା ନାହିଁ । ଯାହାକୁ ନେଇ ଜିଲ୍ଲାରେ ଛାତ୍ରୀଙ୍କପ୍ରତି ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ଯାହାକି ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ଜଣେ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବା ନେଇ ଆଜି ଥାନାରେ ଅଭିଯୋଗ ହେବାପରେ ସଂଧ୍ୟାରେ ପୁଲିସ ସମ୍ପୃକ୍ତ କୋଚିଂ ସେଣ୍ଟରର ମାଲିକ ତଥା ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ରପୁର ପାଟଣାଠାରେ ଗାୟତ୍ରୀ ଜ୍ଞାନ ମନ୍ଦିର ନାମରେ ଏକ କୋଚିଂ ସେଣ୍ଟର ରହିଛି । ଗତ ୨୬ ତାରିଖ ଦିନ କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିବା ଜଣେ ୮ମ ଶ୍ରେଣୀର ଛାତ୍ରୀ ଘରକୁ ଯାଇଥିବା ବେଳେ ନୟାଗଡ଼ରୁ ଫେରିଥିଲେ । ତାଙ୍କୁ ଆଣିବା ପାଇଁ କୋଚିଂ ସେଣ୍ଟରର ମାଲିକ ତଥା ଶିକ୍ଷକ ଜୟସେନ ସାହୁ ଗାଡ଼ି ନିକଟକୁ ଯାଇଥିଲେ । ତାଙ୍କୁ କୋଚିଂ ସେଣ୍ଟରକୁ ଆଣିବା ପରିବର୍ତ୍ତେ କୌଣସି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଶମୋବାଇଲରେ ଅଶାଳୀନ ଭିଡିଓ ଦେଖାଇବା ସହ ତାଙ୍କ ସହିତ ଅସଦାଚରଣ କରିଥିଲେ । ଯାହାକୁ ନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ପହଞ୍ଚି ଘଟଣା ସମ୍ପର୍କରେ ଶିକ୍ଷକଙ୍କୁ ପଚରାଉଚରା କରିଥିଲେ । ଶେଷରେ ଗତକାଲି ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଉଠାଇ ନେଇ ପଚରାଉଚରା ଚଳାଇଛି । ଏନେଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମୁକେଶ କୁମାର ବେହେରା କହିଛନ୍ତି l ବଡ଼କଥା ହେଉଛି, ଦଶପଲ୍ଲାରେ ଛତୁ ଫୁଟିଲା ପରି ଅନେକ କୋଚିଂ ସେଣ୍ଟର ଗଢ଼ି ଉଠିଥିବା ବେଳେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ଏଭଳି ଅସଦାଚରଣର ଶିକାର ହେଉଛନ୍ତି । ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦୃଢ ଦାବି ହେଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ by Proprietor Abhimanyu Maharana October 4, 2026