Home ଓଡ଼ିଶା ବିଜେପିର ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା ଅନ୍ତର୍ଗତ ଫାଲପାଜୁ ସଂଚାର କାର୍ଯ୍ୟାଳୟ ପରିସରରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବାଣିଗୋଛା ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ପଶ୍ଚିମାଞ୍ଚଳର ସାତଗୋଟି ଗ୍ରାମପଞ୍ଚାୟତ ର ମଣ୍ଡଳ ସ୍ତରୀୟ ଓ ପଂଚାୟତ ସ୍ତରୀୟ ବରିଷ୍ଠ କର୍ମକର୍ତ୍ତା ଓ ପ୍ରମୁଖ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବି ଜେ ପି ନେତା ପୂର୍ଣ୍ଣଚନ୍ଦ୍ର ନାୟକ ୨୫ ବର୍ଷ ଧରି ବି ଜେ ଡି ର କଳା ଶାସନ କୁ ତୀବ୍ର ନିନ୍ଦା କରିଥିଲେ । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ତରରେ ବି ଜେ ପି ର କର୍ମକର୍ତ୍ତା ମାନେ ନିଜ ନିଜର ଅଂଚଳର ବିକାଶ ରେ ସାରଥୀ ସାଜିବାକୁ ସେ,ଆହ୍ବାନ ଦେଇଥିଲେ । ବର୍ତ୍ତମାନ ଆମ ସଦସ୍ୟତା ୫୦ ଲକ୍ଷରେ ପହଞ୍ଚି ଥିଲାବେଳେ ୭୮ ଟି ବିଧାୟକ କୁଂ ନେଇ ଆମେ ସରକାର ଗଢିଛେ ଏବଂ ଆଗକୁ ସଦସ୍ୟତା ସଂଖ୍ୟା ୧ କୋଟିରେ ପହଞ୍ଚାଇବାକୂ ସମସ୍ତଙ୍କୁ ନିବେଦନ କରିଥିଲେ । ଅଗଷ୍ଟମାସ ଶେଷସୁଦ୍ଧା ଏହି ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ କୁ ସଂପର୍ଣ୍ଣ କରିବାକୁ ଶ୍ରୀ ନାୟକ ସମସ୍ତ କର୍ମକର୍ତ୍ତା, ପ୍ରଭାରୀ, ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତା କୁଂ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ନାୟକଙ୍କ ସମେତ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବାଣିଗୋଛା ମଣ୍ଡଳ ସଭାପତି କିଶୋର ଦଳବେହେରା, ସଭାପତି ବସନ୍ତ ମୁଦୁଲି, ପ୍ରଦୀପ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଗୋକୁଳ ନାୟକ, ନରେନ୍ଦ୍ର ବେହେରା ପ୍ରଭୃତି ଶତାଧିକ କର୍ମୀ ଯୋଗ ଦେଇଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ by Proprietor Abhimanyu Maharana October 4, 2026