ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ‘କମିଟେଡ ଟୁ କେୟାର’ ଅଭିଯାନର ଶୁଭାରମ୍ଭ
୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଗ୍ରଣୀ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀ ସଂସ୍ଥା ଓ ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳକ, ଜିକିତ୍ସା ହେଲ୍ଥକେୟାର ଲିମିଟେଡ ଏହାର ନୂଆ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍ଆର୍) ‘କମିଟେଡ ଟୁ କେୟାର୍’ର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଭୁବନେଶ୍ୱରର ପଟିଆ ଅର୍ବାନ କମ୍ୟୁନିଟି ହେଲ୍ଥ ସେଂଟର୍ (ୟୁସିଏଚ୍ସି)ଠାରେ ଆୟୋଜିତ ହୋଇଥିଲା । ଏହି ଅଭିଯାନର ଅଂଶ ଭାବେ ଜିକିତ୍ସା ହେଲ୍ଥକେୟାର ଲିମିଟେଡ ପକ୍ଷରୁ ଓଡିଶାର ୯ଟି ହସ୍ପିଟାଲରେ ୧୦ଟି ଅଟୋମାଟିକ ବ୍ଲଡ ପ୍ରେସର ମେଶିନ୍ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଟିଆ ୟୁସିଏଚ୍ସିର ମେଡିକାଲ ଅଫିସର ଇନ୍ ଚାର୍ଜ (ଏମ୍ଓଆଇସି) ଡଃ ଆସିମ ମହାନ୍ତି ଓ ଜିକିତ୍ସା ହେଲ୍ଥକେୟାର ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି ।
