ସମ୍ବାଦ ସାହିତ୍ୟ ଘର ନୟାଗଡ ଶାଖା ତରଫରୁ ବାର୍ଷିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ନୟାଗଡ :- ସମ୍ବାଦ ସାହିତ୍ୟ ଘର ନୟାଗଡ ଶାଖା ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ଜିଲ୍ଲା ସଂଯୋଜକ ତଥା ସମ୍ବାଦର ଜିଲ୍ଲା ପ୍ରତିନିଧି ରି ତେନ୍ଦ୍ର ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରି ଏଠାକାର ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ସମୁଖରେ ୩0 ଟି ଜାମୁ, ନିମ୍ବ, ବଉଳ ଆଦି ଗଛ ଲଗା ଯାଇଛି ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ନୟାଗଡ ଶାଖାର ସଭାପତି ତଥା ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ,ସାହିତ୍ୟ ଏକାଡେମୀ ନୟାଗଡ ଜିଲ୍ଲା ଶଖାର ସଦସ୍ୟ ତଥା ଅଧକ୍ଷ ଅଶୋକ ନାୟକ, ପ୍ରତିଷ୍ଠତା ସଦସ୍ୟ,

ସମାଜସେବୀ ପ୍ରମୋଦ ପଟ୍ଟନାୟକ, କୋଷାଧକ୍ଷ ତଥା କବି ଗୋଦାବରୀଶ ମିଶ୍ର,ଅନୁବାଦକ ଶରତ ଆଚାର୍ଯ୍ୟ, ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ,ସମସୁର ଅଲ୍ଲୀ, ସାମ୍ବାଦିକ ରିତେନ୍ଦ୍ର ଛାଟୋଇ, ନୟାଗଡ ଶାଖାର ସମ୍ପାଦକ, ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥଙ୍କ ସମେତ ସଭ୍ୟ ମାନେ ସରକାରୀ ପ୍ରଣୀତ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ନେଇଥିଲେ (ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version