Home ଓଡ଼ିଶା ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର : ବିଷୟ- ଅଗଷ୍ଟ ଆନ୍ଦୋଳନର ଅନାଲୋଚିତ ଅଧିନାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୭୭ ତମ ସଂସ୍କୃତି ଚର୍ଚ୍ଚା ସମାରୋହ ୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୭ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ବିରୂପାକ୍ଷ ତ୍ରିପାଠୀ, ଗାନ୍ଧୀ ଚେତନା ପ୍ରଚାରକ ଓ ବିଶିଷ୍ଟ ସାମ୍ବାଦିକ ତଥା କାର୍ଯ୍ୟ ନିର୍ବାହୀ ସମ୍ପାଦକ ଓ ପ୍ରକାଶକ, ପ୍ରଗତିବାଦୀ । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ । ସଭା ପରିଚାଳନା କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିରୂପାକ୍ଷ ତ୍ରିପାଠୀ କହିଥିଲେ ଭାରତ ବର୍ଷ ଯେତେବେଳେ ‘ର ସ୍ୱାଧୀନତା ଲାଗି ରକ୍ତସ୍ନାନ କରିବାକୁ ପ୍ରସ୍ତୁତ ହେଉଥିଲା ସେତେବେଳେ ଓଡ଼ିଶା ମଧ୍ୟ ପଛରେ ନଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବହୁପୂର୍ବରୁ ଓଡ଼ିଆ ଭୂଖଣ୍ଡର ପ୍ରତ୍ୟେକ କୋଣ ଅନୁକୋଣରେ ମହାତ୍ମା ଗାନ୍ଧୀଙ୍କର ସେହି ବାର୍ତ୍ତା ପହଞ୍ôଚ ସାରିଥିଲା ଓ ସଂଗ୍ରାମର ବହ୍ନି ପ୍ରଜ୍ୱଳିତ ହୋଇସାରିଥିଲା । ସେଥିଲାଗି ୧୯୨୧ ମସିହାରୁ ଗାନ୍ଧିଜୀଙ୍କର ଓଡ଼ିଶା ଆଗମନ ମଧ୍ୟ ଆରମ୍ଭ ହୋଇଯାଇଥିଲା । ବ୍ୟକ୍ତିଗତ ସତ୍ୟାଗ୍ରହ, ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ଭାରତ ଛାଡ଼ ଆନ୍ଦୋଳନ ସବୁଥିରେ ଓଡ଼ିଶା ଆଗରେ ଥିଲା । ଓଡ଼ିଶାର ବିଭିନ୍ନ ଗଡଜାତ ଅଞ୍ଚଳରେ ରାଜାମାନଙ୍କ ବିରୋଧରେ ପ୍ରଜାମଣ୍ଡଳର ଆନ୍ଦୋଳନ ହେଉ ଅଥବା କ୍ରୁର, ଅତ୍ୟାଚାରୀ ଶାସନ ବିରୋଧରେ ସଂଗ୍ରାମ ହେଉ- ସବୁ କିଛି ମୁକ୍ତି ସଂଗ୍ରାମର ଅଗ୍ନିକୁ ଗାଁ ଗାଁରେ ପ୍ରଜ୍ଜ୍ୱଳିତ କରିବାରେ ବଡ ଆଧାର ହୋଇଥିଲା । ସେହି ସଂଗ୍ରାମର ନାୟକମାନଙ୍କୁ ଆମେ ଭୁଲିଯିବା କିପରି? ଯେଉଁମାନେ ସାମଗ୍ରିକଭାବେ ବିପ୍ଲବର ଏହି ରାସ୍ତାରେ ଆଗକୁ ବାହାରି ବ୍ରିଟିଶ ପୋଲିସର ବନ୍ଧୁକ ସାମ୍ନାରେ ଛାତିପତାଇ ଦେଇଥିଲେ ସେମାନେ କ’ଣ ଜଣେଜଣେ ଅଧିନାୟକ ନୁହଁନ୍ତି କି? କାହିଁକେବେ ତ ଆମେ ତାଙ୍କ ବିଷୟରେ ଏପରି ସଭା ଗୃହରେ ସ୍ୱତନ୍ତ୍ର ଭାବରେ ଆଲୋଚନା କରୁନାହାନ୍ତି । ମୁଁ କହିବି ସେମାନେ ହିଁ ଌକ୍ତଙ୍କକ୍ଟଗ୍ଧ;ଅନାଲୋଚିତ ଅଧିନାୟକଌ୰୩୯; ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ସମ୍ପାନର ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ.ବିଜୟ କେତନ ଉପାଧ୍ୟାୟ କହିଥିଲେ ପ୍ରତିମାସରେ ଅନୁଷ୍ଠିତ ହେଉଥିବା ଏହି ସଂସ୍କୃତି ଚର୍ଚ୍ଚା ଓଡ଼ିଆ ସଂସ୍କୃତି ଓ ପରମ୍ପରା ଓ ଐତିହ୍ୟକୁ ଆଧାର କରି ଆମ ଓଡ଼ିଆ ଅସ୍ମିତା ସମସ୍ତଙ୍କୁ ଆକୃଷ୍ଠ କରିଅଛି । ଏହି ସଂସ୍କୃତି ଚର୍ଚ୍ଚା ଏକ ଆନ୍ଦୋଳନର ରୂପ ନେବା ସହିତ ଓଡ଼ିଶାରେ ଆଲୋଡନ ସୃଷ୍ଟିକରିଛି । ମୁଁ ବ୍ୟକ୍ତି ଗତ ଭାବରେ ଖୁସି ଯେ, ଏ ଭଳି ଏକ ବିଷୟ ସଂସ୍କୃତି ଚର୍ଚ୍ଚାରେ ସାମିଲ ହୋଇଅଛି ଏହା ଦ୍ୱାରା ଆମେ ଆମର କଷ୍ଟଲବ୍ଧ ସ୍ୱାଧିନତା ବିଷୟରେ ଜାଣିପାରିବା ଏବଂ ସ୍ୱାଧିନତା ପାଇଁ ଯେଉଁମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ସେମାନଙ୍କ ବିଷୟରେ ସାଧାରଣ ଜନତା ଜାଣିନହାନ୍ତି, ସେ ବିଷୟରେ ଚର୍ଚ୍ଚା ହୋଇ ପାରିବ । ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର by Proprietor Abhimanyu Maharana October 15, 2026 ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026