Home ଓଡ଼ିଶା ଆପୋଲୋ ହସ୍ପିଟାଲ୍ସ ନଭି ମୁମ୍ବାଇ ପକ୍ଷରୁ ରେୟାର-କେୟାର କ୍ଲିନିକ୍ର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିରଳ କ୍ୟାନସର ରୋଗରେ ପୀଡ଼ିତ ରୋଗୀମାନଙ୍କ ମନରେ ରହିଥିବା ଅନିଶ୍ଚିତତା ଓ ଭୟ ଦୂର କରିବା ସହ ସେମାନଙ୍କୁ ସଠିକ୍ ନିଦାନ ଓ ଯତ୍ନ ପ୍ରଦାନ କରିବା ଲାଗି ଆପୋଲୋ ହସ୍ପିଟାଲ୍ସ ନଭି ମୁମ୍ବାଇ ପକ୍ଷରୁ ରେୟାର- କେୟାର କ୍ଲିନିକ୍ର ଶୁଭାରମ୍ଭ କରାଯାଇଛି । ବିରଳ କ୍ୟାନସର ରୋଗୀମାନେ ସାମ୍ନା କରୁଥିବା ଆହ୍ୱାନ ପାଇଁ ଏହା ବ୍ୟାପକ ସମାଧାନ ପ୍ରଦାନ କରିବ । ରେୟାର କ୍ୟାନସର ହେଉଛି ଏକ ବିରଳ ରୋଗ ଯାହା ପ୍ରତି ଏକ ଲକ୍ଷରେ ୬ ଜଣଙ୍କୁ ହୋଇଥାଏ । ମୋଟ କ୍ୟାନସର ମାମଲାର ୨୦ ପ୍ରତିଶତ ରୋଗୀ ଏହି ରୋଗରେ ପୀଡ଼ିତ । ନିଦାନ ଓ ଚିକିତ୍ସାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନଥିବାରୁ ଏହି ରୋଗୀମାନେ ବେଶ୍ ଅନିଶ୍ଚିତତା ଭିତରେ ରହିଥାନ୍ତି । ଡେସ୍ମଏଡ୍ ଟ୍ୟୁମର୍, ଚର୍ମ କ୍ୟାନସର୍, ଗର୍ଭଧାରଣ ଜନିତ କ୍ୟାନସର, ଏଲ୍ଜିବିଟିକ୍ୟୁ+ ବର୍ଗଙ୍କୁ ହେଉଥିବା କ୍ୟାନସର୍, ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର, ଜନ୍ମଗତ କିମ୍ବା ବଂଶଜ କାନସର୍, କିଶୋରାବସ୍ଥା କ୍ୟାନସର ରେୟାର କ୍ୟାନସର୍ ରୋଗ ମଧ୍ୟରେ ରହିଛି । ଆପୋଲୋ ହସ୍ପିଟାଲ୍ସ ନଭି ମୁମ୍ବାଇର ମେଡିକାଲ୍ ଆଣ୍ଡ୍ ପ୍ରେସିସନ୍ ଅଙ୍କୋଲୋଜିର ଲିଡ୍ ଡାକ୍ତର ଜ୍ୟୋତି ବାଜପାୟୀ କହିଛନ୍ତି ଯେ, “ରେୟାର କ୍ୟାନସର୍ ମାମଲାରେ ଆଗୁଆ ନିଦାନ ଜରୁରୀ କାରଣ ତାହାର ଲକ୍ଷଣକୁ ସାଧାରଣରେ ଅନ୍ୟ କିଛି ବୋଲି ଧରି ନିଆଯାଏ । ସୋସାଇଟି ଅଫ୍ ଇମ୍ୟୁନୁ ଥେରାପି ଇନ୍ କ୍ୟାନସର୍ସ (ଏସ୍ଆଇଟିସି), ୟରୋପିଆନ୍ ସୋସାଇଟି ଅଫ୍ ମେଡିକାଲ୍ ଅଙ୍କୋଲୋଜି (ଇଏସ୍ଏମ୍ଓ) ଭଳି ସଂସ୍ଥା ସହିତ ଯୋଡ଼ିହେବା ଏବଂ ସାରକୋମାସ୍ ଓ ଓମେନ୍ ଫର ଅଙ୍କୋଲୋଜିର କୋର୍ କମିଟି ସଦସ୍ୟ ଭାବେ ମୋ’ ପାଖରେ ବିରଳ କ୍ୟାନସର୍ ରୋଗର ନିଦାନ ଓ ଚିକିତ୍ସା ଅଭିଜ୍ଞତା ରହିଛି । ଏହା ଦ୍ୱାରା ଶୀଘ୍ର ସଠିକ୍ ଚିିକିତ୍ସା ଆରମ୍ଭ ହୋଇଥାଏ ଯାହା ଫଳରେ ରୋଗୀଙ୍କୁ ସୁହାଇବା ଭଳି ଫଳାଫଳ ମିଳିଥାଏ । ପ୍ରତିଟି ରୋଗୀଙ୍କୁ ସୁହାଇବା ଭଳି ଚିକିତ୍ସା ପଦ୍ଧତି ବିକାଶ କରିବା ପାଇଁ ଆମ କ୍ଲିନିସିଆନ୍ଙ୍କ ଟିମ୍ ରୋଗୀଙ୍କ ସହ ମିଶି କାର୍ଯ୍ୟ କରୁଛି ଯେଉଁଥିରେ ରୋଗୀଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଓ ଚିକିତ୍ସା ବିଚାରକୁ ନିଆଯାଉଛି ।” ଆପୋଲୋ ହସ୍ପିଟାଲ୍ସର ଅଙ୍କୋଲୋଜି ନିର୍ଦ୍ଦେଶକ ଏବଂ ହେଡ୍ ଓ ନେକ୍ ଅଙ୍କୋଲୋଜିର ବରିଷ୍ଠ କନସଲଟାଂଟ୍ ଡାକ୍ତର ଅନିଲ ଡି’କ୍ରୁଜ୍ କହିଛନ୍ତି ଯେ, “ସାରା ବିଶ୍ୱରେ କ୍ୟାନସର୍ ମାମଲା ସଂଖ୍ୟା ବଢ଼ୁଛି ଯାହା ୨୦୧୨ରେ ୧୨ ନିୟୁତ ମାମଲାରୁ ୨୦୧୮ରେ ୧୮ ନିୟୁତକୁ ଏବଂ ୨୦୨୦ରେ ୧୯.୩ ନିୟୁତକୁ ବୃଦ୍ଧି ପାଇଛି । ଭାରତର କ୍ୟାସନର ରେଜିଷ୍ଟ୍ରିରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳିଛି । ଆପୋଲୋ କ୍ୟାନସର ସେଂଟର ରୋଗୀମାନଙ୍କୁ ଅଙ୍ଗ ଅନୁଯାୟୀ ସ୍ୱତନ୍ତ୍ର ସେବା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ମାନର ଉନ୍ନତ ଭିତିଭୂମି ଓ କ୍ଲିନିସିଆନ୍ ପ୍ରଦାନ କରି କ୍ୟାନସର ଚିକିତ୍ସାରେ ସେମାନଙ୍କୁ ବିଶ୍ୱାସ ଦେଉଛି ଯାହା ଆମ ପାଖକୁ ଆସୁଥିବା ରୋଗୀଙ୍କୁ ଶ୍ରେଷ୍ଠ ଫଳାଫଳ ପ୍ରଦାନ କରୁଛି । ସବୁଠୁ ସ୍ୱତନ୍ତ୍ର ଓ ବିରଳ କ୍ୟାନସର ମାମଲାରେ ବ୍ୟକ୍ତିଗତ ସୁହାଇବା ଭଳି, ବିବିଧ ଶୃଙ୍ଖଳାର ଯତ୍ନକୁ ସୁନିଶ୍ଚିତ କରିବା ପାଇଁ ଆମ ସମର୍ପଣ ଭାବର ପ୍ରମାଣ ହେଉଛି ରେୟାରକେୟାର କ୍ଲିନିକ୍ । ଆମେ ରୋଗୀ ଓ ସେମାନଙ୍କ ପରିବାର ପାଇଁ କ୍ୟାନସର୍ ରୋଗ ଚିକିତ୍ସାରେ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖିଛୁ ।” ଆପୋଲୋ ହସ୍ପିଟାଲ୍ର ଆଂଚଳିକ ସିଇଓ-ୱେଷ୍ଟର୍ଣ୍ଣ ରିଜିଅନ୍ ଶ୍ରୀ ଅରୁଣେଷ ପୁନିତା କହିଛନ୍ତି ଯେ, “ବିରଳ କ୍ୟାନସର୍ ରୋଗରେ ପୀଡ଼ିତ ଲୋକମାନେ ସାମ୍ନା କରୁଥିବା ଭୟ, ଅନିଶ୍ଚିତତା ଓ ଅଧିକାଂଶ ସମୟରେ ଭୋଗୁଥିବା ଏକଲାପଣକୁ ଆମେ ଭଲ ଭାବେ ଜାଣିଛୁ । ସେଥିପାଇଁ ଆମେ ଏହି ରେୟାର-କେୟାର କ୍ଲିନିକ୍ ସ୍ଥାପନ କରିଛୁ ଯେଉଁଠାରେ ସେମାନେ ସ୍ୱତନ୍ତ୍ର ଓ ଉନ୍ନତ ଚିକିତ୍ସା ସୁବିଧା ପାଇବା ସହିତ ସେମାନଙ୍କ ସହିତ ପ୍ରତିଟି ସ୍ତରରେ ଏକ ଦୟାବାନ ଟିମ୍ ରହିବ । ଭାରତରେ କ୍ୟାନସର ବିରୋଧୀ ଲଢ଼େଇ କ୍ଷେତ୍ରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ବିଶ୍ୱସ୍ତରୀୟ କ୍ୟାନସର ସେବା ପ୍ରଦାନ କରିବାରେ ଆପୋଲା ହସ୍ପିଟାଲ୍ସର ଅତୁଟ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ଯାହା ମୂଳରେ ରହିଛି ମାନବିକତା ଓ ଦୟା ଭାବ ।” Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India by Proprietor Abhimanyu Maharana July 6, 2026 ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ by Proprietor Abhimanyu Maharana July 6, 2026 ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ by Proprietor Abhimanyu Maharana July 6, 2026 ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ by Proprietor Abhimanyu Maharana July 6, 2026 ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana July 6, 2026 ରଥଯାତ୍ରା ପାଇଁ ଜଳ-ସ୍ଥଳ-ଆକାଶପଥ ଉପରେ - ପୋଲିସ ରଖିବ ନଜର by Proprietor Abhimanyu Maharana July 6, 2026