Home ଅପରାଧ ମାମଲା ଚାପିବାକୁ ପୀଡିତାଙ୍କୁ ଥାନା ଅଧିକାରୀ ଦେଉଥିଲେ ଧମକ – ଖଣ୍ଡଗିରି ଥାନାରେ ଥାର୍ଡଡିଗ୍ରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଖଣ୍ଡଗିରି ଥାନାରେ ଅଭିଯୋଗକାରୀ ଜଣେ ମହିଳାଙ୍କୁ ମାଡ ମାରିବା ଘଟଣାରେ ଡିସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଲକ୍ଷ୍ମୀ ପୁଣି ପାଲଟା ଅଭିଯୋଗ କରିବାକୁ ଶନିବାର ରାତି ୯ଟାରେ ଯାଇଥିଲେ । କାର୍ଯ୍ୟରେ ଥିବା ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନ ତାଙ୍କ ଅଭିଯୋଗ ନ ରଖି ଫୋପାଡି ଦେଇଥିବା ଲକ୍ଷ୍ମୀ ଅଭିଯୋଗ ଆଣିଥିଲେ । ୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଖଣ୍ଡଗିରି ଥାନାରେ ଅଭିଯୋଗକାରୀ ଜଣେ ମହିଳାଙ୍କୁ ମାଡ ମାରିବା ଘଟଣାରେ ଡିସିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥିସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏହି ଘଟଣାକୁ ଚପାଇଦେବାକୁ ଏସିପି ଓ ଥାନା ଅଧିକାରୀ ପୀଡିତାଙ୍କ ଉପରେ ଚାପ ପକାଇବା ସହ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ସରକାର ପୋଲିସ ଜନତାଙ୍କ ସେବକ ବୋଲି କହୁଥିବା ବେଳେ ଥାନାରେ ଏଭଳି ନିର୍ୟାତନା ‘କଥା ଓ କାମ’ ଭିତରେ ଫରକକୁ ପଦାରେ ପକାଇ ଦେଇଛି । ସୂଚନା ଅନୁସାରେ, ଖଣ୍ଡଗିରି ଥାନା ନିକଟସ୍ଥ ତପୋବନବସ୍ତି ବରବାରିରେ ରାଜୁ ଡାକୁଆଙ୍କ ପତ୍ନୀ ଲକ୍ଷ୍ମୀ ଡାକୁଆ ରୁହନ୍ତି । ଲକ୍ଷ୍ମୀଙ୍କ ଘର ସମ୍ମୁଖ ପ୍ରାଇଭେଟ ପ୍ଳଟରେ ଅମୀୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଭଡାରେ ରୁହନ୍ତି । ଗତ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଅମୀୟ ତାଙ୍କର ଏକ ୱାଗନର କାରକୁ ରାସ୍ତା ପାଶ୍ୱର୍ରେ ରଖିଥିଲେ । ଯାହାକି ଯିବା ଆସିବା ପାଇଁ ସମସ୍ତଙ୍କୁ ଅସୁବିଧା ହୋଇଥିଲା । ଲକ୍ଷ୍ମୀଙ୍କ ବାଇକ ଯିବା ପାଇଁ ଅସୁବିଧା ହେବାରୁ ସେ ଘର ମାଲିକଙ୍କୁ ଡାକିଥିଲେ । ହେଲେ ସେ ଆସିନଥିଲେ । ତାର କିଛି ସମୟ ପରେ ଅମୀୟ ଓ ତାଙ୍କ ପତ୍ନୀ ଗାଡି ପାଖକୁ ଆସିଥିଲେ । ଲକ୍ଷ୍ମୀ କହିଥିଲେ ଗାଡି ଟିକେ ସାଇଡ କରି ରଖନ୍ତୁ ଯିବା ଆସିବା ପାଇଁ ଅସୁବିଧା ହେଉଛି । ଏଥିରେ ସେ ଉତକ୍ଷିପ୍ତ ହୋଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଅମୀୟଙ୍କ ପତ୍ନୀଙ୍କ ସହ ଲକ୍ଷ୍ମୀଙ୍କ ମାର୍ପିଟ ହୋଇଥିଲା । ପରେ ବସ୍ତିର ଲୋକମାନେ ବୁଝାସୁଝା କରିଥିଲେ । ଏନେଇ ସେ ପିସିଆରରେ ଅଭିଯୋଗ କରିବା ପରେ ପୋଲିସ ଆସି ଉଭୟଙ୍କୁ ବୁଝାସୁଝା କରିବା ପରେ ଚାଲି ଯାଇଥିଲା । ଶନିବାର ଦିନ ଅମୀୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀ ପୁଣି ପାଲଟା ଅଭିଯୋଗ କରିବାକୁ ଶନିବାର ରାତି ୯ଟାରେ ଯାଇଥିଲେ । କାର୍ଯ୍ୟରେ ଥିବା ମହିଳା ସବ ଇନ୍ସପେକ୍ଟର ପାୟଲ ପ୍ରଧାନ ତାଙ୍କ ଅଭିଯୋଗ ନ ରଖି ଫୋପାଡି ଦେଇଥିବା ଲକ୍ଷ୍ମୀ ଅଭିଯୋଗ ଆଣିଥିଲେ । ପରେ ତାଙ୍କୁ ରୁମ ଭିତରେକୁ ନେଇ ନିର୍ଧୁମ ମାଡ ମାରିଥିଲେ । ଏନେଇ ମହିଳା ଜଣକ ଡିସିପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଏପରିକି ଘଟଣା ଗଣମାଧ୍ୟମରେ ପ୍ରକଶ ପାଇଥିଲା । ଘଟଣା ପ୍ରଘଟ ହେବା ପରେ ଥାନା ଅଧିକାରୀ ଓ ଏସିପି ମାମଲାକୁ ରଫାଦଫା କରିବାକୁ ସଂପୃକ୍ତ ମହିଳାଙ୍କୁ ଧମକ ଦେଇଥିଲେ । ହେଲେ ଏହି ମାମଲା ବିଧାନସଭାରେ ଉଠିବାରୁ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026