ଡାକ୍ତରୀ ଛତ୍ରୀ ର ହତ୍ୟାକାରୀଙ୍କୁ ଫାସି ଦେବା ଦାବୀ ରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ପ୍ରତିବାଦ

୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> କଲିକତା ଆର୍ ଜି କର ହସ୍ପିଟାଲର କାର୍ଯ୍ୟରତ ମହିଳା ଡାକ୍ତର ମୌମିତା ଦେବନାଥଙ୍କ ହତ୍ୟାକାରି ସଞ୍ଜୟ ରାୟଙ୍କର CBI ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ହତ୍ୟାକାରିଙ୍କୁ ଫାଶୀ ଦେବା , ନାରୀ ନିର୍ଜ୍ୟାତନାକାରୀ ମମତା ବାନାର୍ଜୀ ସରକାର ଗାଦି ଛାଡ଼ିବା ଓ କେନ୍ଦ୍ର ମୋଦୀ ସରକାରଙ୍କ ଵେଟି ବଢାଅ ଵେଟି ବଚାଅ ପ୍ରତିଶୃତି ନୁହେଁ ତୁରନ୍ତ କାର୍ଯ୍ୟକାରୀ କରି ନାରୀ ସୁରକ୍ଷା ଯୋଗାଇ ଦେବା ଆଦି ଦାବୀରେ ଆଜି ସନ୍ଧ୍ୟାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA) ତରଫରୁ ରଣପୁର ପଞ୍ଚୁଦୋଳ ପଡ଼ିଆ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତହୋଇଯାଇଛି ।

ଶତାଧିକ ମହିଳାଙ୍କର ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଶହୀଦ୍ ରଘୁଦିବାକର ମଣ୍ଡପଠାରୁ ବାହାରି ବଜାର ପରିକ୍ରମା କରି ଥାନା ସମ୍ମୁଖରେ ନାରୀ ନେତ୍ରୀ ସଞ୍ଜୁକ୍ତା ସେଠୀଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନିହତ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଯାଇଥିଲା । ସଂଗଠନର ସମ୍ପାଦିକା ପୁଷ୍ପାଞ୍ଜଳୀ ସେନାପତି, ଜ୍ୟୋସ୍ନା ରାଣୀ ନାୟକ ,

ଲୀଲି ବାଳା ପରିଡା, ରଞ୍ଜୁଲତା ମହାପାତ୍ର,ଝୁନୀ ରାଣୀ ପ୍ରଧାନ, ରୋଜାଲିନୀ ସାହୁ, ପ୍ରଭାତି ଭୂଆଁ, ପ୍ରମ୍ମୁଖ ନେତୃତ୍ବ ନେଇଥିଲା ବେଳେ ଶ୍ରମିକ ନେତା ସୁରେଶ ସ୍ବାଇଁ, ନିତ୍ୟାନନ୍ଦ ପରିଡା, ଦୁଶାସନ ଜେନା,ସବ୍ୟସାଚୀ ସେନାପତି,ସୁଶୀଲ ମହାନ୍ତି,କୁଳମଣି ପଲେଈ , ଭିକାରି ଚରଣ ସାହୁ ଓ କାଳନ୍ଦୀ ନାୟକ ପ୍ରମ୍ମୁଖ ଯୋଗ ଦେଇ ଡାକ୍ତରୀ ଛତ୍ରୀର ହତ୍ୟାକାରୀଙ୍କୁ ଫାସି ଦେବା ଦାବୀ କରିଛନ୍ତି l

Exit mobile version