୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଜିଲ୍ଲାସ୍ତରୀୟ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଡି ପି ଏମ ୟୁ (ପ୍ଲାନିଂ)ଭବାନୀପାଟଣା ସଭା ଗୃହରେ ଉଦଘାଟନ କାର୍ଯ୍ୟକ୍ରମ ହୋଇଯାଇଅଛି । ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କଳାହାଣ୍ଡି ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅତିଥି ଭାବରେ ଉପନିର୍ଦ୍ଦେଶକ ଡି ପି ଏମ ୟୁ କଳାହାଣ୍ଡି ଶ୍ରୀକାନ୍ତ ଦଳେଇ ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଜନୀକାନ୍ତ ରଥ ଓ ଡି ଆଇ ପି ଆର୍ ଓ ମନୋଜ ବେହେରା ଉପସ୍ଥିତ ଥିଲେ। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କଳାହାଣ୍ଡି ଡ଼ଃ ରଥ ସ୍ବାଗତ ଭାଷଣ ଦେବା ସହିତ ୨୧ତମ ପଶୁଧନ ଗଣନାର ଆଭିମୁଖ୍ୟ ଏବଂ ମହତ୍ତ୍ଵ ଜଣାଇଥିଲେ ।
