Home ଓଡ଼ିଶା ପ୍ରଧାନ ବାବୁ ମୋର ବନ୍ଧୁ ମୋର ଖାସ୍ ଲୋକ ସାମଲ ବାବୁ ମାନେ ମନମୋହନ ସାମଲ ବି ମୋ ଲୋକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ତାଙ୍କ ସହ ସମ୍ପର୍କ ବହୁତ ଭଲ….କେହି ମୋର କିଛି କରି ପାରିବନି….ମୁ ବି ପଲିଟିକ୍ସ କରୁଛି. ମୋ ଠାରୁ କଣ ଅଧିକ ପଲିଟିକ୍ସ କରିପାରିବ…. ଏମିତି କହି ସ୍ଥାନୀୟ ବିକ୍ଷୋଭକାରୀଙ୍କୁ ଧମକ ଦେଉଛନ୍ତି ଡାକ୍ତର ମହାଶୟ. ହଁ ଆଜ୍ଞା ଏ ହେଉଛନ୍ତି ଛତିଆ ପିଏଚସିର ଡାକ୍ତର ଅଶୋକ ମିଶ୍ର. ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ରହିବା ପରେ ଅର୍ଥାତ୍ ଦି ଦିଇଟା ସରକାରଙ୍କ ଅଧିନରେ ରହି ଡାକ୍ତର ମିଶ୍ରଙ୍କ ଚେର ବି ମୋଟା ହେଇଗଲାଣି. ମେଡିକାଲକୁ ତାଙ୍କର ଆସିବା ନ ଆସିବା ନେଇ କେହି କିଛି ଉଖାଡି ପାରିବେନି. ଏ କଥା ଆମେ କହୁନୁ, ନିଜେ ଡାକ୍ତର ମିଶ୍ର କହିଛନ୍ତି. ଜାତୀୟ ରାଜପଥ ୧୬ ପାର୍ଶ୍ଵରେ ଛତିଆରେ ଅବସ୍ଥିତ ଏହି ପିଏଚସିର. ଆଖପାଖ ଅଞ୍ଚଳର ୧୦ହଜାର ଲୋକଙ୍କ ଭରସା ରହିଛି ଏହି ମେଡିକାଲ ଉପରେ. ଖାଲି ଏତିକି ନୁହେଁ NH କଡରେ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଜନିତ ରୋଗୀ ଆସିଥାନ୍ତି. କିନ୍ତୁ ସ୍ଥାନୀୟ ଲୋକଙ୍କ କହିବାନୁସାରେ ଡାକ୍ତର ମିଶ୍ରଙ୍କ ଆସିବା ପରେ ଏହି ପିଏଚସି ସତେ ଯେମିତି କୋମାକୁ ଚାଲି ଯାଇଛି. କାରଣ ଏଠି ରୋଗୀ ସେବା ନାଆଁରେ ଡାକ୍ତରଙ୍କ ରାଜନିତି ଅଧିକ. କେହି କିଛି ଅଭିଯୋଗ କଲେ ସବୁ ପ୍ରକାର ଭୟ ଦେଖାଇବାକୁ ପଛେଇ ନଥାନ୍ତି ଡାକ୍ତର ଅଶୋକ ମିଶ୍ର. ହଁ ଡାକ୍ତର ମହାଶୟଙ୍କର ଆଉ ଗୋଟିଏ ଗୁଣ ବି ଅଛି, ସେ କାଳେ ଧ୍ୟାନରେ, କେତେବେଳେ କାହାର କଣ ଘଟିବ ବା ଘଟୁଛି ସବୁ ଜାଣି ପାରନ୍ତି ବୋଲି କହିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଧମକେଇବାକୁ ପଛେଇନାହାନ୍ତି. ଛତିଆ ପିଏଚସିର ଡାକ୍ତର ଅଶୋକ ମିଶ୍ର ବଡଚଣା ସିଏଚସିରେ ମଧ୍ଯ ଯେବେଠାରୁ ଅତିରିକ୍ତ ଦାୟିତ୍ବରେ ରହିଲେଣି, ସେବେଠାରୁ ଅନେକ ବେଆଇନ କାର୍ଯ୍ୟକୁ ନେଇ ସମାଲୋଚନାର ଶିକାର ହେଇ ଆସୁଛନ୍ତି. ତେବେ ତୁରନ୍ତ ଡାକ୍ତର ଅଶୋକ ମିଶ୍ରଙ୍କ ବଦଳି ଦାବି ହେଉଥିବା ବେଳେ ଦେଖାଯାଉ ଏଭଳି କରିତକର୍ମା ଡାକ୍ତରଙ୍କ ପାଇଁ ବର୍ତ୍ତମାନର ବିଜେପି ସରକାର ବଦନାମ ହେଉଛନ୍ତି ନା ମିଶ୍ର ବାବୁଙ୍କ ବଇଁଶି ବଜାଉଛନ୍ତି ମୋହନ. Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026