୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁତ୍ରା ପଞ୍ଚାୟତର ସିକାଟି ଗ୍ରାମରେ ଝାଡା ବାନ୍ତି ହୋଇ ମାଆ- ପୁଅ ମୃତ, ଦୁଇ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସିକାଟି ଗ୍ରାମର ଲୋଚନ ମଳିକଙ୍କ ବୋହୁ ସୁକୁମାରୀ ମଳିକ ଓ ୧୨ ବର୍ଷର ନାତି ଆୟୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ସୁକୁମାରୀଙ୍କ ସ୍ବାମୀ ସୁଦର୍ଶନ ମଳିକ ଓ ତାଙ୍କ ସାନପୁଅଙ୍କ ସମେତ ଲୋଚନ ମଳିକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ବୋହୁ ସୁକୁମାରୀ ମଲିକ ଗତ ୧୮ ତାରିଖରେ ଝାଡା ବାନ୍ତିରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।
