Home ଓଡ଼ିଶା ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଏବିଭିପି ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ଦୃଢ଼ ନିଦା କରୁଛି : ଛାତ୍ର ବିଜେଡ଼ି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଏବିଭିପି ଛାତ୍ର ସଂଗଠନ ଗୋଟିଏ ପକ୍ଷରେ ଡାହାଣୀ ହୋଇ ଲାଗୁଥିବା ବେଳେ ଅପରପକ୍ଷରେ ଗୁଣିଆ ହୋଈ ଛଡାଇବା କାମ କରୁଛି ” ଏଣୁ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟିକରଣ ଦେବା ଦରକାର : ଛାତ୍ର ବିଜେଡ଼ି ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଏବିଭିପି ଯେଉଁ ଦୋମୁହାଁ ନୀତି ପ୍ରଦର୍ଶନ କରୁଛି ଯାହାକୁ ସମଗ୍ର ଛାତ୍ର ସମାଜ ଦୃଢ଼ ନିନ୍ଦା କରୁଛି । ବିଗତ ସରକାରରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଡିନଡିମ ପିଟୁଥିବା ଏବିଭିପି ଛାତ୍ର ସଂଗଠନ ବର୍ତ୍ତମାନ ବିଜେପି ସରକାର ସମୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନିଜର ଦୋମୁହାଁ ନୀତି ପ୍ରଦର୍ଶନ କରୁଛି। ବିଗତ ସରକାର ସମୟରେ ଆମେ ସମସ୍ତେ ଦେଖିଛେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏବିଭିପି ଦାବି କରିଆସୁଥିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାରେ ବିକ୍ଷୋଭ କରିବା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ଭଳି ଅନେକ ବିକ୍ଷୋଭ ପ୍ରଦର୍ଶନ କରାଯାଏ । କିନ୍ତୁ ବର୍ତମାନ ଦୁଃଖର ବିଷୟ ରାଜ୍ୟରେ ବିଜେପି ସରକାର ହୋଇଥିବା ବେଳେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏବିଭିପି ଛାତ୍ର ସଂଗଠନ ନିଜ ଦାବୀ କେବଳ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କାଗଜ ଓ କଲମରେ ସୀମିତ ରଖିଛି। ଯାହାକି ସମଗ୍ର ଛାତ୍ର ସମାଜ ହୃଦୟଙ୍ଗମ କରିସାରିଲେଣି ଏବଂ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରୁଛନ୍ତି । ଅପରପକ୍ଷରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ କଲେଜରେ ନିଜର ସ୍ଥିତି ନାହିଁ ବୋଲି ଜାଣିପାରି ଏବଂ ଛାତ୍ର ସଂସଦ ନିର୍ବାଚନ ହାରିବା ଭୟ ରଖି ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବା ପାଇଁ ମନସ୍ଥ କରିଛନ୍ତି। ଏବେବି ବିଜୁ ଛାତ୍ର ଜନତା ଦଳ ତୃଣମୂଳ ସ୍ତରରେ ନିଜ ସଙ୍ଗଠନକୁ ସୁଦୃଢ଼ ରଖିବା ସହ ଶତ ପ୍ରତିଶତ କଲେଜରେ ନିଜର ସୁଦୃଢ଼ ସଂଗଠନ ବଜାୟ ରଖିଛି ଯାହାକି ଛାତ୍ର ସଂସଦ ନିର୍ବାଚନରେ ତାଙ୍କୁ ବହୁ ସଫଳତା ଦେବା ସହ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ବ କଲେଜରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିବ ବୋଲି ଛାତ୍ର ବିଜେଡି ପକ୍ଷରୁ ମତବ୍ୟକ୍ତ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ କିଛି ମତବ୍ୟକ୍ତ କରିନଥିବା ବେଳେ ଆଇନ ମନ୍ତ୍ରୀ ଏନେଇ ବିବୃତି ଦେବା ହାସ୍ୟାସ୍ପଦ ଘଟଣା। ତତ୍ ସହିତ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ହୁଏତ ଜାଣିନାହାନ୍ତି ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସରେ ନୁହେଁ ସର୍ବଦା ଅକ୍ଟୋବର ମାସରେ ଅନୁଷ୍ଠିତ ହୁଏ ଯାହାକି ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଅୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ସମୟ ରହିଛି। ଏଣୁ ବିଜୁ ଛାତ୍ର ଜନତା ଦଳ ଏନେଇ ମତବ୍ୟକ୍ତ କରିଛି ଯେ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ନିଜର ସ୍ପଷ୍ଟିକରଣ ଦେବା ଆବଶ୍ୟକ। ଏହାସହ ଏବିଭିପି ଛାତ୍ର ସଂଗଠନ କେତେବେଳେ ଆମେ ପାର୍ଥି ଚୟନ କରିସାରିଲୁଣି କେତେବେଳେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ଏହିଭଳି ମତପୋଷଣ କରି ଛାତ୍ର ସମାଜକୁ ଭୁଆଁ ବୁଲାନ୍ତୁନାହିଁ ଏବଂ ନିଜର ଦାବିକୁ କାଗଜ କଲମରେ ସୀମିତ ନରଖି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ । ମିଛ ଆନ୍ତରିକତା ପୋଷଣ କରି ଛାତ୍ର ସମାଜକୁ ଭୁଆଁ ବୁଲେଇବା ବନ୍ଦ କରୁ ଏବିଭିପି ଛାତ୍ର ସଂଗଠନ । ସେହିପରି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ମିଛ ଆନ୍ତରିକତା ପୋଷଣ କରୁଛି । ଏବିଭିପି ଛାତ୍ର ସଂଗଠନ ଗୋଟିଏ ପକ୍ଷରେ ଡାହାଣୀ ହୋଇ ଲାଗୁଥିବା ବେଳେ ଅପରପକ୍ଷରେ ଗୁଣିଆ ହୋଈ ଛଡାଇବା କାମ କରୁଛି “ଯାହାକି ଲଜ୍ଜ୍ୟାଜନକ ଘଟଣା।ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ନିଜର ବିବୃତି ପ୍ରଦାନ କରିବା ଆବଶ୍ୟକ । ନଚେତ୍ ବିଜୁ ଛାତ୍ର ଜନତା ଦଳ ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ଆୟୋଜନ ନିମନ୍ତେରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୃଢ ବିରୋଧ କରିବ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Odisha’s youth will be skilled in green energy and solar technology along with creating employment opportunities-another step in that direction. by Proprietor Abhimanyu Maharana October 7, 2026 Ranpur - SUBHADEV ENTERPRISES (dishtv) by Proprietor Abhimanyu Maharana October 7, 2026 Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026